ନୁଆପଡ଼ା(ବିରବଲ ପ୍ରଧାନ): ନୁଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ କର୍ମ କ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା (ନିଷେଧ, ନିବାରଣ ଏବଂ ପ୍ରତିକାର) ଆଇନ-୨୦୧୩ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଆଇ ଆଇ.ସି.ସି ଏବଂ ଏଲ.ସି.ସିର ସଦସ୍ୟମାନଙ୍କ ତାଲିମ୍ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି ତାଲିମ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ମଧୁସୂଦନ ଦାସ ଜିଲ୍ଲାପାଳ ନୂଆପଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ l ଏହା ସହ ଜିଲ୍ଲାର ଯେଉଁ ବିଭାଗରେ ୧୦ରୁ ଅଧିକ କର୍ମଚାରୀ କାର୍ଯରତ ଅଛନ୍ତି, ଆସନ୍ତା ୭ ଦିନ ମଧ୍ୟରେ ଆଇ.ସି.ସି ଗଠନ କରିବା ପାଇଁ ନିର୍ଦେଶ ଦେଇଥିଲେ l ସଙ୍ଗୀତା ପାତ୍ର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତାଲିମ ସ୍ୱାଗତ ଭାଷଣ ଦେଇଥିବା ବେଳେ ବନୀତା ଦାଶ (ସଚିବ, ଜିଲ୍ଲା ଆଇନ ପ୍ରାଧିକରଣ ସେବା ନୂଆପଡ଼ା), ଆଡଭୋକେଟ କୁମୁଦ ଚନ୍ଦ୍ର ହୋତା କର୍ମକ୍ଷେତ୍ରରେ ମହିଳାମାନେ ସମ୍ମୁଖୀନ ହେଉଥିବା ଯୌନ ନିର୍ଯାତନା ଜନିତ ସମସ୍ୟା, ପ୍ରତିରୋଧ ଓ ନିବାରଣ ନିମନ୍ତେ ଉଦ୍ଦିଷ୍ଟ ଆଇନ -୨୦୧୩ ଅନୁଯାଇ ଥିବା ବିଧିବଦ୍ଧ ବ୍ୟବସ୍ଥା ଏବଂ ଏହାର ନିରାକରଣ ନିମନ୍ତେ ତାଲିମ ଦେଇଥିଲେ l ଜିଲ୍ଲାର ସମସ୍ତ ବିଭାଗିୟ ଅଧୂକାରୀ, ପୁଲିସ, ସାମାଜିକ ଅନୁଷ୍ଠାନ,ବ୍ୟାଙ୍କ, ବାଣିଜ୍ୟ ଅନୁଷ୍ଠାନ, ସଖୀ, ଜିଲ୍ଲା ମହିଳା ସ୍ଵୟଂ ସହାୟକ ସଂଘ ତାଲିମ୍ ନେଇଥିଲେ l ହରିପ୍ରିୟା ପଟେଲ ସୁରକ୍ଷା ଅଧିକାରୀ ନୂଆପଡ଼ା ଧନ୍ୟବାଦ ଦେଇଥିବା ବେଳେ ରଞ୍ଜନ କୁମାର ସାହୁ ଜିଲ୍ଲା ସଂଯୋଜକ ତାଲିମ କାର୍ଯକ୍ରମ ପରିଚାଳନା କରିଥିଲେ ।