ଜାତୀୟ ପତାକା ଦେଶବାସୀଙ୍କ ସ୍ୱାଭିମାନ ଓ ଗୌରବ

ଭୁବନେଶ୍ୱର: ଜାତୀୟ ପତାକା ଦେଶବାସୀଙ୍କ ସ୍ୱାଭିମାନ ଓ ଗୌରବ । ଜାତୀୟ ପତାକାକୁ ସମ୍ମାନର ସହିତ ଉଚ୍ଚ ସ୍ଥାନରେ ରଖିବା ଆମ ସମସ୍ତଙ୍କର ଦାୟୀତ୍ୱ  । ତ୍ରିରଙ୍ଗା ମାଧ୍ୟମରେ ଜାତୀୟତାବାଦ, ରାଷ୍ଟ୍ରବାଦ ପ୍ରଚାର କରିବା ସହ ଦେଶପ୍ରେମ ଜାଗ୍ରତ କରିବା ବିଜେପି ଯୁବମୋର୍ଚ୍ଚାର ଉଦେ୍ଦଶ୍ୟ ବୋଲି କହିଛନ୍ତି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା । ତ୍ରିରଙ୍ଗା ମାଧ୍ୟମରେ ଜାତୀୟତାବାଦ, ରାଷ୍ଟ୍ରବାଦ ପ୍ରଚାର କରିବା ସହ ଲୋକଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଜେପି ପକ୍ଷରୁ ଅଗଷ୍ଟ ୧୧ ରୁ ୧୪ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଛି  । ଏହି ପରିପ୍ରେକ୍ଷୀରେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡାଙ୍କ ନେତୃତ୍ୱରେ ପ୍ରଥମେ କଟକସ୍ଥିତ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜନ୍ମପୀଠରେ ଥିବା ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା  ।

csp

ଏହାପରେ ସେଠାରୁ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ତ୍ରିରଙ୍ଗା ପଦଯାତ୍ରା କରି ତେଲେଙ୍ଗା ବଜାରସ୍ଥିତ ମହାତ୍ମା ଗାନ୍ଧୀଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ  । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ  ଡ. ମୁକେଶ ମହାଲିଙ୍ଗ ଓ ରାଜ୍ୟ ସାଧାରଣ ସମ୍ପାଦକ ତଥା ବିଜେପି କଟକ ଜିଲ୍ଲା ପ୍ରଭାରୀ ଡ. ଯତିନ ମହାନ୍ତି ଯୋଗ ଦେଇଥିଲେ  । ଏହାପରେ କଟକର ଚାନ୍ଦିନୀ ଚୌକସ୍ଥିତ ଭେଲଭୁ୍ୟ ଛକରୁ ଭୁବନେଶ୍ୱରର କଳ୍ପନାଛକ ପର୍ଯ୍ୟନ୍ତ ବିଶାଳ ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା  । ଏହି ଯାତ୍ରାର ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା  । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଯୁବମୋର୍ଚ୍ଚା ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି  ।ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ସଂଗ୍ରାମ ପାତ୍ର, ପ୍ରକାଶ ମଲ୍ଲିକ, ରାଜ୍ୟ ସମ୍ପାଦକ ଗଗନ ଓଝା, ଜୀବନ ରାଉତ, ସୁବତ୍ର ବିଶ୍ୱାଳ, ପ୍ରଶାନ୍ତ ପାଇକରାୟ, ଚଣ୍ଡୀ ପ୍ରସାଦ ବେହେରା, କେନ୍ଦ୍ରାପଡା ଜିଲ୍ଲା ସଭାପତି ଶୋଭନ ଆଚାର୍ଯ୍ୟ ଓ କଟକ ଜିଲ୍ଲା ସଭାପତି ନଳିନୀକାନ୍ତ ରାୟ ପ୍ରମୁଖ ପରିଚାଳନା କରିଥିଲେ  ।