ଭୁବନେଶ୍ୱର: ଅଙ୍ଗଦାନଠାରୁ ମହତ୍ କାର୍ଯ୍ୟ ଆଉ କିଛି ନାହିଁ କାରଣ ଅଙ୍ଗଦାନ ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ବଞ୍ଚିପାରିଥାଏ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଜନହିତୈଷୀ ସରକାର ଅଙ୍ଗଦାତା ଏବଂ ତାଙ୍କର ପରିବାରକୁ ସର୍ବୋଚ୍ଚ ସମ୍ମାନ ଜଣାଇ ଲୋକସେବା ଭବନ ତୃତୀୟ ମହଲାସ୍ଥିତ ସମ୍ମିଳନୀ କକ୍ଷରେ ବିଶ୍ୱ ଅଙ୍ଗଦାନ ଦିବସ ପାଳନ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକେଫ୍ରାନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଏହି ସମ୍ବର୍ଦ୍ଧନା ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୃତ ଅଙ୍ଗଦାତା ଓ ତାଙ୍କ ପରିବାରର ମହାନତାକୁ ଉଚ୍ଚ ପ୍ରଶଂସା କରିବା ସହ ରାଜ୍ୟବାସୀଙ୍କୁ ଅଧିକରୁ ଅଧିକ ଅଙ୍ଗଦାନ କରି ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ମହତର ପ୍ରୟାସ କରିବା ପାଇଁ ଅନୁରୋଧ କରିଛନ୍ତି ।

ଅଙ୍ଗଦାନ ଦିବସ ପାଳନ କରିବାର ଉଦେ୍ଦଶ୍ୟ ହେଉଛି ଲୋକଙ୍କୁ ସେମାନଙ୍କର ଅଙ୍ଗଦାନ କରିବାକୁ ଉସôାହିତ କରିବା ଯାହା ଦ୍ୱାରା କି ଅଙ୍ଗ ପ୍ରତିରୋପଣ ଆବଶ୍ୟକ କରୁଥିବା ବ୍ୟକ୍ତିମାନେ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିପାରିବେ । ଏହି ଅବସରରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ସ୍ୱର୍ଗତ କ୍ରୀଷ୍ଣା ପଣ୍ଡା, କେନ୍ଦୁଝର ଜିଲ୍ଲା ବରେଗୋଡିଆ, ରାବଣପଳାସପାଲର ସ୍ୱର୍ଗତ ଦମୟନ୍ତୀ ମହାନ୍ତ, ବାଲେଶ୍ୱର ଜିଲ୍ଲା ତଳକିଆର ସ୍ୱର୍ଗତ ଅଜିତ କୁମାର ଚୌଧୁରୀ, କେନ୍ଦ୍ରାପଡା ଜିଲ୍ଲା ବଡପଡାର ସ୍ୱର୍ଗତ ଓମ୍ ସିବୁ, ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରର ସ୍ୱର୍ଗତ ସୁବୋଜୀତ ସାହୁ, ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରର ସ୍ୱର୍ଗତ କୃଷ୍ଣଚନ୍ଦ୍ର ମହାଭୋଇ, କେନ୍ଦୁଝର ଜିଲ୍ଲା ସାଧା, ହାଟଡିହର ସ୍ୱର୍ଗତ ସଞ୍ଜୁକ୍ତା ପାତ୍ର, ବାଲେଶ୍ୱର ଜିଲ୍ଲା ଦେବେନ୍ଦ୍ରପୁର, ଅଭଣାର ସ୍ୱର୍ଗତ ପ୍ରତୁ୍ୟଷ ପାଣିଗ୍ରାହୀ, ଖୋର୍ଦ୍ଧା ଜିଲ୍ଲା ଚକ୍ରପଡା, ରାଧାକାନ୍ତପୁରର ସ୍ୱର୍ଗତ କାହ୍ନୁ ନାୟକ ଏବଂ ଜଗତସିଂହପୁର ଜିଲ୍ଲା ରେଢୁଆ, ରଘୁନାଥପୁରର ସ୍ୱର୍ଗତ ବୀରେନ୍ଦ୍ର ପ୍ରସାଦ ସ୍ୱାଇଁଙ୍କ ପରିବାରବର୍ଗଙ୍କୁ ସେମାନଙ୍କର ମହତ କାର୍ଯ୍ୟ ନିମନ୍ତେ ଚଳିତ ବର୍ଷ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ‘ସୂରଜ ପୁରସ୍କାର’ ରେ ସମ୍ମାନିତ କରିବା ସହ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି ।