କାହିଁକି ପାଣ୍ଡିଆନଙ୍କ ବିରୋଧରେ ଏତଲା

ଭୁବନେଶ୍ୱର : ଭିକେ ପାଣ୍ଡିଆନଙ୍କ ନାମରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି  । ଆଇନଜୀବୀ ସୁଧିର ଚରଣ ମହାନ୍ତି ଏତଲା ଦେଇଛନ୍ତି  । ଖଣି ମାଲିକଙ୍କ ଠାରୁ ପାଣ୍ଡିଆନ୍‌ କୋଟି କୋଟି ଟଙ୍କା ଉତ୍କୋଚ ନେଇଛନ୍ତି  । କମ୍ପାନୀଗୁଡ଼ିକୁ ସେ ଅନୁକମ୍ପା ଦେଖାଇଛନ୍ତି  । ବିପୁଳ କଳା ଟଙ୍କାକୁ ସେ ଧଳା କରିଥିବା ନେଇ ଅଭିଯୋଗ କରିଛନ୍ତି  ।

csp

ଯାହାକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଚାଲିଛି  । ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ କରିବ ନା ଏଫଆଇଆରକୁ ଶୀତଳ ଭଣ୍ଡାରରେ ପକାଇଦେବ ତାହା ଦେଖିବାକୁ ବାକି ରହିଲା  । ଏତଲାରେ ଦର୍ଶାଯାଇଛିଯେ, ୨୦୨୩ରେ ପାଣ୍ଡିଆନ୍‌ ବହୁ ସ୍ଥାନରେ ଜନସଭା କରିବା ସହ ହେଲିକପ୍ଟର ବ୍ୟବହାର କରୁଥିଲେ  । ଜନଶୁଣାଣୀ ନାମରେ ସେ ଏଭଳି କରୁଥିଲେ  । ଜଣେ ସରକାରୀ କର୍ମଚାରୀଙ୍କ ଦ୍ୱାରା ଏଭଳି କାର୍ଯ୍ୟ କେବେ ଦେଖିବାକୁ ମିଳିନଥିଲା  ।

ଏସଂକ୍ରାନ୍ତରେ ଆରଟିଆଇ ଜରିଆରେ ବହୁବାର ତଥ୍ୟ ମଗାଯାଇଥିଲେବି ସଠିକ ତଥ୍ୟ ମିଳିପାରନାହଁ  । ପରିବହନ ବିଭାଗ ନିକଟରେ ମଧ୍ୟ ଏନେଇ ତଥ୍ୟ ନାହିଁ  । ସେହିପରି ପାଣ୍ଡିଆନ୍‌ ଖଣି ମାଲିକଙ୍କ ଠାରୁ ଲାଞ୍ଚ ନେଇ ଅନୁକମ୍ପା ଦେଖାଇଥିଲେ ବୋଲି ଏତଲାରେ ଦର୍ଶାଯାଇଥିଲେବି ସେନେଇ ବିଶଦ ତଥ୍ୟ ପ୍ରଦାନ କରାଯାଇନାହିଁ  ।