ମେଗା ପ୍ରକଳ୍ପର ଜଳ ସଦୁପଯୋଗ ନିମନ୍ତେ ଦାବୀ….

ଗୁଣପୁର(ସୁନିଲ୍ କୁମାର ସାବତ): ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ମେଗା ପ୍ରକଳ୍ପର ଜଳ ସଦୁପଯୋଗ କରାଯିବ ନିମନ୍ତେ ଦାବି ହୋଇଛି । ଏହାକୁ ନେଇ ଚାଷୀମାନେ ଉପ ଜିଲ୍ଲାପାଳଙ୍କ ଉଦେଶରେ ଦାବିପତ୍ର ପ୍ରଦାନ କରିଛନ୍ତି । ଡେପୁଟି କଲେକ୍ଟର ମଧୁସୂଦନ ମାଝୀଙ୍କୁ ଏନେଇ  ଦାବିପତ୍ର ପ୍ରଦାନ କରିଥିଲେ । ପ୍ରଦାନ କରାଯାଇଥିବା ଦାବିପତ୍ରରେ ମେଗା ପ୍ରକଳ୍ପର ଜଳ ସଦୁପଯୋଗ ତଥା ସଠିକ  ଜଳ ସେଚନ ହେଉନଥିବାରୁ ଚାଷ ଜମି ଗୁଡିକ ପାଣି ଅଭାବରୁ  ନଷ୍ଟ ହେଇଛି । ଚାଷ ଜମିକୁ  ପାଣି ଦିଆଯାଉ ନାହିଁ ଜଳ ଯୋଗାଣର ସୁପରିଚାଳନା  କରାଯାଉ ନାହଁ । ଜଳ ଯୋଗାଣ   ବାବଦକୁ ସେମାନେ ଜଳକର  ପ୍ରଦାନ କରୁଥିଲେ ମଧ୍ୟ ତାହାର  ଉପକାର ସେମାନେ ପାଉ  ନାହାନ୍ତି । ଋଣ କରି ଚାଷୀମାନେ ଚାଷ କହୁଛନ୍ତି ହେଲେ ଫସଲ ଗୁଡିକ ପାଣି ଅଭାବରୁ  ନଷ୍ଟ ହୋଇଯାଉଛି । ଚାଷୀ ମାନେ ହତାଶ ହୋଇପଡିଛନ୍ତି । ଏନେଇ ପୂର୍ବରୁ ମଧ୍ୟ ଅଭିଯୋଗ କରିଛନ୍ତି । ତେବେ କୌଣସି ଫଳପ୍ରଦ ହୋଇନାହଁ । ପୂର୍ବତନ ସରପଞ୍ଚ ଗୌରି  ଗମାଙ୍ଗଙ୍କ  ନେତୃତ୍ବରେ ସୁଧିର ୱାଦାପୁ , ପାଲା ଲାଛେୟା, ଏମ .କେ. ବେହେରା, ଜେ.ସିମାଦ୍ରି, ଆର. ଗୌଡ ପ୍ରଦୀପ କୁମାର  ବେହେରା ପ୍ରମୁଖ ଚାଷୀ ମାନେ  ଏନେଇ ଦାବିପତ୍ର ପ୍ରଦାନ କରିଛନ୍ତି ।