ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ତଥା ଆଖ ପାଖ ଅଞ୍ଚଳରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀମାନଙ୍କୁ ଚିହ୍ନଟ କରି ତୁରନ୍ତ ସ୍ଥାନାନ୍ତରିତ କରିବାକୁ ହିନ୍ଦୁ ସମାଜ ପକ୍ଷରୁ ଖଡ଼ିଆଳ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଖଡ଼ିଆଳର ନାଇଡୁ ପ୍ୟାଲେସ, ସାହୁପଡା, ୱାର୍ଡ ନଂ ୫ମସଜିଦ ପଡ଼ା, କବରସ୍ଥାନ ରାଣୀପୁର, ୱାର୍ଡ ନଂ ୨ସତନାମୀ ପଡ଼ା, ଆଶା ଲଜ୍, ଗଡ୍ରାମୁଣ୍ଡା, ଫୋକଟ ପଡ଼ାରେ ଅନୁପ୍ରବେଶ କାରୀ ଘର ଭଡ଼ା ନେଇ ଦୀର୍ଘ ବର୍ଷ ହେଲା ରହି ଆସୁଛନ୍ତି । ଏହି ବ୍ୟକ୍ତିମାନେ ଖଡ଼ିଆଳ ଅଞ୍ଚଳରେ ବେଆଇନ କାର୍ଯ୍ୟରେ ଲିପ୍ତ ରହୁଥିବା ଅଭିଯୋଗ କରିଛନ୍ତି ହିନ୍ଦୁ ସମାଜର ସଦସ୍ୟ । ସେମାନଙ୍କୁ ଚିହ୍ନଟ କରି ୩ ଦିନ ମଧ୍ୟରେ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ହିନ୍ଦୁ ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି । ଦାବିପତ୍ର ପ୍ରଦାନ ସମୟରେ ହିନ୍ଦୁ ସମାଜ ପକ୍ଷରୁ ଖଡ଼ିଆଳ ଏନ୍ଏସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ପୃଥୀରାଜ ମହାନ୍ତି, ସଞ୍ଜୟ ତିୱାରୀ, ସୁରେଶ ହଟବାର, ବିନୋଦ ଅଗ୍ରୱାଲ, ଅକ୍ଷୟ ନନ୍ଦ, ଅରବିନ୍ଦ ବେହେରା, ସଞ୍ଜୟ ବଂଶଲ ଉପସ୍ଥିତ ଥିଲେ । ଖଡ଼ିଆଳ ଥାନା ଅଧିକାରୀ ପ୍ରଦୀପ ଧରୁଆ କହିଛନ୍ତି, ଆଗାମୀ ଦିନରେ ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯିବ । ତେବେ ଏଥିରେ ସ୍ଥାନୀୟ ବସିନ୍ଧାଙ୍କ ସହଯୋଗ ଦରକାର ବୋଲି ପ୍ରକାଶ କରିଥିଲେ ଥାନାଧିକାରୀ ।