ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଗ୍ରାମର ଉତ୍କଳ ବାପ୍ତିଷ୍ଟ ଚର୍ଚ୍ଚରେ ଆଜି ଛାତ ଢଲେଇ କାର୍ଯ୍ୟକ୍ରମ ଥିଲା l ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ସମିଳନିର କର୍ମକର୍ତ୍ତା କର୍ମକର୍ତ୍ତୀ ଗଣ ଏବଂ ଅନେକ ମଣ୍ଡଳୀର ସଦସ୍ୟ, ପାଷ୍ଟର, ଚାଲକ ଡିକନ ଏବଂ ଖ୍ରୀଷ୍ଟ ଧର୍ମ ବିଶ୍ୱାସ ବିଶ୍ଵାସ୍ୱିନୀମାନେ ଦାନର ଦେବା ସହ ଏହି ଛାତ ଢଲେଇ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇଥିଲେ ଏବଂ ପାରଳାଖେମୁଣ୍ଡି ବିଧାୟକ ଇଂ. ରୁପେଶ ପାଣିଗ୍ରାହି, ଗୁମ୍ମା ବ୍ଲକ ଅଧକ୍ଷା ସୁନେମି ମଣ୍ଡଳ ଗାଇବା ପଞ୍ଚାୟତ ସରପଞ୍ଚ ତିସ୍ନୋ ଭୂୟା, ସମିତି ସଭ୍ୟା ସରୋଗ୍ୟ ପାଣି, ମାନୁଏଲ ମାଛ, ଲୁଲୁ ଲିମା, ଭୁବନାନନ୍ଦ ବେବାର୍ତ୍ତା, ଅଜିତ ବେବାର୍ତ୍ତା ଯୋଗ ଦେଇଥିଲେ l ଉତ୍କଳ ଗାଇବା ବାପ୍ଟିଷ୍ଟ ଚର୍ଚ୍ଚର ପାଳକ ପବିତ୍ର ବେବୋର୍ତ୍ତାଙ୍କ ପରିଚାଳନାରେ ଛାତ ଢଲେଇ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଭୋଜିର ଆୟୋଜନ କରି ମଣ୍ଡଳୀର ବିଶ୍ଵାସୀମାନେ ଶାନ୍ତି ଶୃଙ୍ଖଳାରେ ବିଭିନ୍ନ ଗ୍ରାମରୁ ଆସିଥିବା ବିଶ୍ୱାସ ବିଶ୍ୱାସ୍ୱିନୀ ମାନଙ୍କୁ ବଣ୍ଟନ କରିଥିଲେ l