ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲାର କୋମନା ବ୍ଲକ ସମତେ ଅନେକ ସ୍ଥାନରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ କୋମନା ବ୍ଲକ ୧ନଂ ଜୋନ ର ବିଭିନ୍ନ ଗ୍ରାମରେ ଶତାଧିକ ବିଜେପି କର୍ମୀ ସାମିଲ ହୋଇ ବାଇକ ରାଲିରେ ବାହାରିଥିଲେ l ରଜନା ସ୍ଵପ୍ନେଶ୍ଵର ଶିବ ମନ୍ଦିର ଠାରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଶିଆଳଲଟି ଗ୍ରାମପଞ୍ଚାୟତର ଭାଲୁକୋନା ଗ୍ରାମରେ ଶେଷ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ଜିଲ୍ଲା ବିଜେପି ସମ୍ପାଦକ ତୁଳସ ପଟେଲ ସୁନାଦେଈ ମଣ୍ଡଳ ସଭାପତି ବିକ୍ରମ ଆଡ଼ବଙ୍ଗ, ରଜନା ସରପଞ୍ଚ କ୍ଷୀରସିନ୍ଧୁ ଭୋଇ , ବରିଷ୍ଠ ବିଜେପି ନେତା ଛବିଲୋଚନ ସାହୁ, ଶିବପ୍ରସାଦ ବାଗ, ହିମଚନ୍ଦ ମଟାରୀ, ତନତ ପରାଭୂଏ ସହିତ ଅନେକ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ l