ଦୁଇ ଦିନିଆ ବ୍ଲକ ସ୍ତରୀୟ ଜଳବାୟୁ ସହନଶିଳ କୃଷି ଏବଂ ସମନ୍ୱିତ ଚାଷ ପ୍ରଣାଳୀ ଉପରେ ତାଲିମ ଶିବିର ଅନୁଷ୍ଠିତଅନୁସ୍ଥିତ….

ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା କୃଷି ବିଭାଗ କାର୍ଯ୍ୟାଳୟ ସଭା ଗୃହ ଠାରେ ଆର.ସି.ଡ଼ି.ସି ଭୁବନେଶ୍ୱର ତରଫରୁ ଓ ଚାଇଲଡ୍ ଫଣ୍ଡ ଓ ବିଏମ୍ ଜେଡ, ଜର୍ମାନଙ୍କ ସହାୟତାରେ ବ୍ଲକ୍ ସ୍ତରୀୟ ସହନସିଲ କୃଷି ଓ ସମ୍ମନିତ ଚାଷ ପ୍ରଣାଳୀ ଉପରେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୧୩.୮.୨୦୨୪ ଦିନ ଆରମ୍ଭ ହୋଇ ୧୪.୮.୨୦୨୪ ଦିନ ପର୍ଯ୍ୟନ୍ତ ହେବ । ପ୍ରକଳ୍ପ ସଂଯୋଜକ ଶ୍ରୀରଥୁ ରାମ୍ ବାଗ, ଆର.ସି..ଡି.ସି ଗୋଲାମୁଣ୍ଡା ଉପସ୍ଥିତ ରହି ସମସ୍ତ ଚାଷୀମାନଙ୍କୁ ସ୍ଵାଗତ ଜଣେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବିସ୍ତୃତ ଭାବରେ ଅବଗତ କରିଥିଲେ । କାର୍ଯ୍ୟକ୍ରମରେ ଶ୍ରୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ସମାଜ ସେବୀ ତଥା ସାମ୍ୱାଦିକ ଉପସ୍ଥିତ ରହି ଜୈବିକ ପଦ୍ଧତିରେ ଚାଷ କରିବା ଓ ଜୈବିକ ଖତ ପ୍ରସ୍ତୁତ ଓ ବ୍ୟବହାର ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ । ଗୋଷ୍ଠୀ କୃଷି ଅଧିକାରୀ ନୁକେଶ୍ୱର ନାଗ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ l ଏଥିରେ ଡୁମେରବାହାଲ, ଧନମୁଣ୍ଡି ପଡ଼ା, ଶ୍ରୀ ରାମ ପଡ଼ା, ତେଜି ପଡ଼ା, ପଟିଆଲ ପଡ଼ା, କଠୁଲ ପଡ଼ା, କେନ୍ଦୁ ପାଣି, ସାମ ରଥ ବସା, ଢେକନା ପଡ଼ା ଗ୍ରାମରୁ ୪୦ ଜଣ ମହିଳା ଓ ପୁରୁଷ ଚାଷୀ ଅଂଶଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମକୁ ସଞ୍ଜୀବ, ସଞ୍ଜୟ, ସରିତା ଓ ବିଦ୍ୟୁତ ପ୍ରଭା ପ୍ରମୁଖ ସହଯୋଗ କରିଥିଲେ ।