ଋଷିମାଳ ମହାବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ମହାବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଆହ୍ବାନ କ୍ରମେ ଚଳିତ ୭୮ ତମ ସ୍ବାଧିନତା ଦିବସକୁ ଧୂମାଧମରେ ପାଳନ କରିବା ସହ ଘରେ ଘରେ ତ୍ରିରଙ୍ଗାର ବାର୍ତ୍ତା ପହଞ୍ଚାଇବା ପାଇଁ ଆଜି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରା ରେ ବାହାରି ହର ଘର ତ୍ରିରଙ୍ଗା, ବନ୍ଦେ ମାତରଂ, ନିଶାମୁକ୍ତ ଭାରତ, ସୁସ୍ଥ ଭାରତ, ବିକଶିତ ଭାରତ, ସ୍ବତ୍ତନ୍ତ୍ର ଭାରତ ଆଦି ନାରା ଦେଇ ବଜାର ପରିକ୍ରମା କରି ସଚେତନା ସୃଷ୍ଟି କରିଥିବା ଦେଖିବାକୁ ମିଳିଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦେବରାଜ ବଳିଆର ସିଂ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହର ଘର ତ୍ରିରଙ୍ଗା କାର୍ଯକ୍ରମ ପରିଚାଳନାରେ ଓଡ଼ିଆ ବିଭାଗ ଅଧ୍ୟାପକ ଉପେନ୍ଦ୍ର କୁମାର ଛଟେଇ, ଓଡ଼ିଆ ବିଭାଗ ଅଧ୍ୟାପକ ଦିବାକର ବେହେରା ଇତିହାସ ବିଭାଗ ଅଧ୍ୟାପକ ଅକ୍ଷୟ ବେହେର ଦଳେଇ, କ୍ରୀଡ଼ା ପ୍ରଶିକ୍ଷକ ରବି ନାରାୟଣ ପାଢ଼ୀ, ଇଂରାଜୀ ଅଧ୍ୟାପିକା ସୁନିତା ନାୟକ ସମେତ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ l