ଟିକାବାଲି:(ସାନୁଜ ବେହେରା): ସ୍ଵାଧୀନତାର 75 ବର୍ଷ ପରେ ରାଷ୍ଟ୍ରଭକ୍ତି, ଜାତୀୟତାବାଦ, ଦେଶଭକ୍ତି ଓ ଦେଶରେ ଏକତା ଅଖଣ୍ଡତା ରକ୍ଷା କରିବା ପାଇଁ ଏବଂ ଦେଶକୁ ଶକ୍ତିଶାଳୀ କରିବା ଦେଶର 140 କୋଟି ଲୋକଙ୍କୁ ଦଳ, ମତ, ଜାତି ନିର୍ବିଶେଷରେ ସମସ୍ତଙ୍କୁ ଏକଜୁଟ୍ କରିବା ନିହାତି ଆବଶ୍ୟକ । ସମସ୍ତଙ୍କୁ ଦେଶ ମାତୃକାର ସେବା କରିବା ଓ ଭାରମାତାର ପୂଜନ କରିବା ପାଇଁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଛି । ସମାଜର 72 ଭାଗ ହେଉଛି ଯୁବ ସମାଜ ଏବଂ ବିଶେଷ କରି ଏହି ଯୁବ ସମାଜ ଏଥିରେ ଅନୁପ୍ରାଣିତ ହୋଇଛନ୍ତି । ଗତ କିଛିବର୍ଷ ଧରି ବିଜେପି ପାର୍ଟିର କାର୍ଯ୍ୟକର୍ତାମାନେ ସମସ୍ତ ଦେଶବାସୀଙ୍କ ସହ ମିଶି ସାରା ଦେଶର ଏକତା ତଥା ଅଖଣ୍ଡତା ଉଦ୍ଦେଶ୍ୟରେ ‘ ହର ଘର ତ୍ରିରଙ୍ଗା, ତ୍ରିରଙ୍ଗା ଯାତ୍ରା, ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରି ଆସୁଛନ୍ତି । ଏହି ଅବସରରେ ଟିକାବାଲି ବ୍ଲକ ମୁଖ୍ୟାଳୟ ସହିତ ବ୍ଲକର 11ଟି ପଞ୍ଚାୟତ ଗୁଡିକରେ ଶହୀଦମାନଙ୍କୁ ସ୍ମରଣ କରାଯାଇ ସାଇକଲ ଯାତ୍ରା, ପଦଯାତ୍ରା, ବାଇକ ରାଲୀ କରାଯାଇଛି | ଟିକାବାଲି ହାଇସ୍କୁଲ ପଡିଆଠାରୁ ଶତାଧିକ ପୁରୁଷ ମହିଳା ଯୁବକ ଯୁବତୀ ସମସ୍ତେ ହାତରେ ଜାତୀୟ ତ୍ରିରଙ୍ଗା ପତାକା ଉତ୍ତାଳନ ପୂର୍ବକ ରାଲିରେ ବାହାରି ଟିକାବାଲି ସହର ପରିକ୍ରମା କରାଯାଇ ଥିଲା |ଏହା ସହିତ ପଞ୍ଚାୟତ ଗୁଡିକର ମୁଖ୍ୟାଳୟ ଗୁଡିକରେ ମଧ୍ୟ ହରଘର ତ୍ରିରଙ୍ଗା ର ନାରା ଦେଇ ଭାରତର ଏକତା ଅଖଣ୍ଡତା ଏବଂ ଦେଶର ପ୍ରେମ ଓ ସ୍ୱାଭିମାନକୁ ଲୋକଙ୍କୁ ସଚେତନତା କରାଯାଇଥିଲା l