ଘୁ.ଉଦୟଗିରି ଠାରେ ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଘୁ.ଉଦୟଗିରି ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୋମବାର ଦିନ ମିଶନ ଶକ୍ତି ମାଁମାନଙ୍କୁ ନେଇ ପଞ୍ଚାୟତ ସମିତି ଠାରୁ ହାତରେ ତ୍ରିରଙ୍ଗା ପତାକା ଧରି ଏକ ପଦ ଯାତ୍ରା ଆରମ୍ଭ ହୋଇଥିଲା I ପ୍ରଥମେ ଚକରା ବିଷୋୟୀ ଛକ, ତତ୍ପରେ ଗାନ୍ଧୀ ଛକ ଦେଇ ପଦଯାତ୍ରା ଦ୍ୱାରା ସହର ପରିକ୍ରମା କରି ପୁଣି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଫେରିଥିଲେ I ଏହି କାର୍ଯ୍ୟ କ୍ରମ ଅଗଷ୍ଟ 9 ତାରିଖ ରୁ ଆରମ୍ଭ ହୋଇଛି ଏବଂ ଅଗଷ୍ଟ 15 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ I ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ଜିଲ୍ଲା ସଭାନେତ୍ରୀ କୁମୁଦିନୀ ଦିଗାଳ, କନିଷ୍ଠ ଯନ୍ତ୍ରୀ ପ୍ରମୋଦ ନାୟକ, ଜଗନ୍ନାଥ ରଥ, ଅକ୍ଷୟ କୁମାର ପ୍ରଧାନ, ଏନ.ସୁଶୋଭନ କୁମାର, ଶ୍ୟାମଳ ବେହେରାଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ I