ନୟାଗଡ଼(ରତ୍ନାକର ହୋତା): ପବିତ୍ର ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଟାକରା ଗ୍ରାମପଞ୍ଚାୟତର ବିଜେପି ଯୁବମୋର୍ଚ୍ଚା ଆନୁକୂଲ୍ୟରେ ଆଜି ଟାକରା ଗ୍ରାମପଞ୍ଚାୟତର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ବାବା ସିଦ୍ଧେଶ୍ବର ମନ୍ଦିର, ମା ମଣିନାଗ ମନ୍ଦିରର ଚତୁର୍ପାଶ୍ବ ପରିବେଶ ସଫେଇ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ୧୫ ରୁ ଉର୍ଦ୍ଧ୍ବ ଯୁବ ବିଜେପି କର୍ମକର୍ତ୍ତା ହାତରେ ଝାଡୁ, କୋଦାଳ ଧରି ପରିବେଶ ପରିସ୍କାର କରିବା ସହିତ ନିଜ ନିଜର ପରିବେଶକୁ ସଫା ସୁତୁରା ରଖିବାକୁ ପରାମର୍ଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ବାବୁ ଭାଇ, ଛବି ଭାଇ, ସୂର୍ଯ୍ୟଭାଇ, ଶୁଭଭାଇ ପ୍ରମୁଖ ପରିଚାଳନା କରିଥିଲେ ।