ଗାଲେରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟରେ ବଜ୍ରପାତ: ୧୯ ଛାତ୍ରଛାତ୍ରୀ ଆହତ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଗାଲେରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ବଜ୍ରପାତରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ୧୯ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଗାଲେରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ହୋଇ ଘରକୁ ଫେରିଥିବା ଡାକ୍ତର ଭଗବାନ ସାହୁ କହିଛନ୍ତି । ସୂଚନା ପ୍ରକାରେ, ମଧ୍ୟାହ୍ନ ସମୟରେ ଛାତ୍ରଛାତ୍ରୀମାନେ ଶ୍ରେଣୀ କକ୍ଷରେ ପଢୁଥିବା ବେଳେ ବର୍ଷା ହେବା ସହ ବିଜୁଳି ଘଡଘଡି ମାରିଥିଲା । ବିଜୁଳିର ବେଗ ହଠାତ ଶ୍ରେଣୀ ଗୃହ ମଧ୍ୟରେ ପଡିଥିଲା । ଫଳରେ ଛାତ୍ରଛାତ୍ରୀ ମାନେ ଚମକି ପଡି ଆହତ ହୋଇଥିଲେ । ଆହତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯିବା ସହ ଅଭିଭାବକଙ୍କୁ ବିଦ୍ୟାଳୟ କତ୍ତୃପକ୍ଷ ଜଣାଇଥିଲେ । ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ ।