ଭବାନୀପାଟଣା ଠାରେ “ଘରେ ଘରେ ତ୍ରିରଙ୍ଗା” ଅଭିଯାନ ମହା ଉଲ୍ଲାସରେ ପାଳିତ…

ଭବାନୀପାଟଣା(ତୁଳମଣି ନାଗ): ଆଜି ଜିଲ୍ଲା ସଦର ମହକୁମା ଭବାନପାଟଣା ଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ” ଘରେ ଘରେ ତ୍ରିରଙ୍ଗା “ମହା ଉଲ୍ଲାସରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇ ଟାଉନ ହଲ ଠାରେ ସମାପ୍ତ ହୋଇଥିଲା । ଉକ୍ତ ଶୋଭାଯାତ୍ରାରେ ବିଭିନ୍ନ କଲେଜ ର ଛାତ୍ର ଛାତ୍ରୀ, ଏସ ଏଚ ଜି,ମିଶନଶକ୍ତି ଓ ଅଙ୍ଗନବାଡି କର୍ମୀ, ବିଭାଗୀୟ ଅଧିକାରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ସିଆରପିଏଫ୍ ଯବାନ, ଗଣ ମାଧ୍ୟମ ପ୍ରତିନିଧି ହାତରେ ଜାତୀୟ ପତାକା ଧରି ସାମିଲ ହୋଇ ଦେଶାତ୍ମବୋଧକ ନାରା ଦେଇ ଘୁମୁରା ବାଦ୍ୟ ସହ ଏବଂ ଏକ ତ୍ରିରଙ୍ଗା ରଥ ସହ ପ୍ରାୟ ୨ କିମି ଯାତ୍ରା କରିଥିଲେ । ସିଆରପିଏଫ୍ ଯବାନମାନଙ୍କ ଦ୍ବାରା ମୋଟର ସାଇକେଲ ରାଲି ଚିତ୍ତାକର୍ଷକ ହୋଇଥିଲା । ଟାଉନ ହଲ ଠାରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ ସଚିନ ପାୱାର, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ସିଡିଓ ଜିଲ୍ଲାପରିଷଦ ଦୟାମୟ ପାଢ଼ୀ, ଡିପିଏଚ୍ ଓ ଡ ନିହାରେନ୍ଦ୍ର ପଣ୍ଡା, ଅତିରିକ୍ତ ସି ଡି ଓ ଦିଲ୍ଲୀପ ମହାରଣା, ବିଶିଷ୍ଟ ଚିତ୍ରକର ପ୍ରଭାସ ମିଶ୍ର, ଶିକ୍ଷାବିତ୍ ଅଜୟ ମିଶ୍ର ଓ ଡି ଆଇପିଆରଓ ମନୋଜ ବେହେରା, ତହସିଲଦାର ସୁଭସ୍ମିତା ମିଶ୍ର, ବିଡିଓ ଚନ୍ଦନ ଭୋଇ ପ୍ରମୁଖ ମଞ୍ଚାସିନ ଥିଲେ । ବକ୍ତାମାନେ ହର ଘର ତିରଙ୍ଗା ବା ଘରେ ଘରେ ତ୍ରିରଙ୍ଗା ଅଭିଯାନରେ ସମସ୍ତେ ସାମିଲ ହୋଇ ନିଜ ଗୃହ, ଅନୁଷ୍ଠାନରେ ଜାତୀୟ ପତାକା ଉଡ଼ାଇବା, ତ୍ରିରଙ୍ଗା ସେଲଫି ନେଇ # harghartiranga.com ରେ ଅପଲୋଡ୍ କରିବା ଓ ସାର୍ଟିଫିକେଟ ପ୍ରାପ୍ତ କରିବା, କାନଭାସରେ ଦସ୍ତଖତ ଦେଇ ନିଜକୁ ଜାତୀୟ ଏକତା ଧାରାରେ ଉଜ୍ଜୀବିତ କରିବାକୁ ଆହ୍ବାନ ଦେଇଥିଲେ । ସଭା ପ୍ରାରମ୍ୱରେ ପ୍ରଦୀପ ପ୍ରଜ୍ବଳନ ପରେ ଡିଆଇପିଆର୍ ଓ ସ୍ବାଗତ ଭାଷଣ ଦେଇଥିବା ବେଳେ ସଭା ଶେଷରେ ଅତିରିକ୍ତ ସିଡିଓ ଦିଲ୍ଲୀପ ମହାରଣା ଧନ୍ୟବାଦ ଦେଇଥିଲେ । ସଭା ପରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନଙ୍କ ଦ୍ବାରା ଦେଶତ୍ମାବୋଧକ ତ୍ରିରଙ୍ଗା ସଙ୍ଗୀତ ପରିବେଷଣ କରାଯାଇଥିଲା । ସଭା ପୂର୍ବରୁ ସରସ୍ୱତୀ ବିଦ୍ୟାମନ୍ଦିର ବ୍ରଜବିହାର ଛାତ୍ରୀମାନେ ଜାତୀୟ ସଙ୍ଗୀତ “ଜନ ଗଣ ମନ” ଏବଂ ରାଷ୍ଟ୍ରୀୟ ସଂଗୀତ “ବନ୍ଦେ ଉତ୍କଳ” ଗାନ କରିଥିଲେ । ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶ୍ରୀସତ୍ୟ ନାରାୟଣ ମହାପାତ୍ର ସଞ୍ଚାଳନ କରିଥିଲେ । ଏହି ଅଭିଯାନ ସଫଳ କରିବାରେ ଡିପିସି ମିଶନ ଶକ୍ତି ଅମ୍ରୀତ ପାଢ଼ୀ, ଏପୀଡି ବିମ୍ବାଧର ସାହୁ, ଏପିଡି ଅମୂଲ୍ୟ ବାଉଲ୍, ଡିଏସଡବ୍ଲୁ ଓ ବିରେନ୍ଦ୍ର ଆଚାର୍ଯ୍ୟ, ଅଂଶୁମାନ ବାବୁ ପ୍ରମୁଖ ସହଯୋଗ କରିଥିଲେ।