ବ୍ରାହ୍ମଣୀଗାଁ ପୂର୍ତ୍ତ ବିଭାଗ ରାସ୍ତାର ବ୍ରିଜ ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଠାରୁ ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ଜାରି ରହିଛି l ସ୍ଥାନେ ସ୍ଥାନେ ଏହାର ବ୍ରିଜ ନିର୍ମାଣ ଓ ହୋମ୍ ପାଇପ୍ ସ୍ଥାପନ କାର୍ଯ୍ୟ ଚାଲୁ ରହିଥିବା ବେଳେ ଏହି କାର୍ଯ୍ୟରେ ଅନେକ ଅନିୟମିତତା ଦେଖା ଦେଇଛି । ଏହି କାର୍ଯ୍ୟରେ ନିମ୍ନମାନର କଂକ୍ରିଟ ବ୍ୟବହାର କରାଯିବା ସହ ଭାଇବ୍ରେଶନ ଦିଆଯାଉ ନଥିବାରୁ ଏହା କେତେ ଦୀର୍ଘସ୍ଥାୟୀ ବୋଲି ଜନ ସାଧାରଣ ପ୍ରଶ୍ନ କରିଛନ୍ତି । ସୂଚନା ଅନୁଯାୟୀ ସୋମବାର ଦିନ ବଜାର ମଧ୍ୟସ୍ଥଳ ଅର୍ଥାତ୍ ବିଶ୍ରାମ ଗାର ନିକଟରେ ଥିବା ବ୍ରିଜକୁ ଭାଙ୍ଗି ବର୍ତ୍ତମାନର ଆକଳନ ଅନୁଯାଇ ସେଠାରେ ହୋମ ପାଇପ ଉଭୟ ପାର୍ଶ୍ଵ ରେ ଗାର୍ଡ ୱାଲ କାର୍ଯ୍ୟ ଚାଲିଛି l ଏହି କାର୍ଯ୍ୟରେ ନିମ୍ନମାନର କଂକ୍ରିଟ ବ୍ୟବହାର କରାଯାଉ ଥିବା ଏବଂ ହୋମ୍ ପାଇପ୍ ପକାଇବା ସ୍ଥାନରେ କଂକ୍ରିଟର ଏକ ପ୍ଲାଟଫର୍ମ କରିବା ପରିବର୍ତ୍ତେ ସିଧା ସଳଖ ହୋମ୍ ପାଇପ୍ ସ୍ଥାପନ କରାଯାଇଛି l ତାହା ବି ସଠିକ ଭାବେ ପକା ଯାଇନ ଥିବାରୁ ବର୍ଷା ଜଳ ଓ ଡ୍ରେନ୍ ପାଣି ସଠିକ୍ ଭାବେ ନିଷ୍କାସନ ହୋଇ ପାରୁ ନାହିଁ । ଯେଉଁ କାର୍ଯ୍ୟ ଚାଲିଛି ବିଶେଷ କରି କଂକ୍ରିଟ କାମ ଚାଲୁ ଥିବା ବେଳେ ତାହାର ତଦାରଖ କରିବା ପାଇଁ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟ ସ୍ଥଳରେ ଅନୁପସ୍ଥିତ ରହିବା ରହୁ ଥିବାରୁ ଠିକାଦାର ଜଣକ ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ବାସୀମାନେ ପ୍ରକାଶ କହିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଇ ବହୁ ବାଦ ବିବାଦ ଓ ଦୀର୍ଘ ଦିନର ବ୍ୟବଧାନ ପରେ ନିର୍ମାଣ ହେଉଥିବା କାର୍ଯ୍ୟର ତଦନ୍ତ କରି ସଠିକ ଭାବେ କାର୍ଯ୍ୟ କରିବା ସହ ତୁରନ୍ତ କାର୍ଯ୍ୟ ସାରିବା ଦିଗରେ ଦୃଢ଼ କାର୍ଯ୍ୟାୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବସୀ ଦାବୀ କରିଛନ୍ତି ।