ଘରୋଇ ଠିକା ସ୍ବାସ୍ଥ୍ୟ କର୍ମଚାରୀ ସଂଘ ଗଠିତ, ଜିଲ୍ଲା ସ୍ତରିୟ ବୈଠକ ଅନୁଷ୍ଠିତ….

ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା ଗୋଡଫୁଲା ପଂଚାୟତ କାଯ୍ୟାଳୟରେ ଘରୋଇ ଠିକା ଡାକ୍ତର ଖାନା କର୍ମଚାରୀଙ୍କ ଜିଲ୍ଲା ସ୍ତରିୟ ବୈଠକ ଅନୁଷ୍ଠିତ। ଜିଲ୍ଲାର ସମସ୍ତ ଡାକ୍ତରଖାନାର ସିକୁରିଟି ଗାର୍ଡ ଠାରୁ ନେଇ ହାଉସକିପିଂ କର୍ମଚାରୀ, ଏଟେଣ୍ଡେଟ ଘରୋଇ ଠିକା କର୍ମଚାରୀମାନେ ଯୋଗ ଦେଇଥିଲେ । ଏହି ବୈଠକରେ ଜିତେନ୍ଦ୍ର ନାଥ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସିଆଇଟିୟୁର ସାଧାରଣ ସଂପାଦକ ଟୁଲୁ ବାବୁ କର୍ମଚାରୀଙ୍କ ହକ ଅଧିକାର, ସାମାଜିକ ସୁରକ୍ଷା, ଇପିଏଫଓ ଏବଂ ଇଏସଆଇ ଉପରେ କର୍ମଚାରୀମାନଙ୍କୁ ଅବଗତ କରାଇଥିଲେ । ମୁଖ୍ୟତ ଚାରିଗୋଟି ବିଷୟ ଉପରେ ଆଳୋଚନା ହୋଇ ଦରମା ଠିକ ସମୟରେ ପ୍ରଦାନ, ଇପିଏଫ ଯୋଜନା କର୍ମଚାରୀଙ୍କ ଲାଗୁ, ଇଏସଆଇ କାର୍ଡ ପ୍ରଦାନ ଓ ଓଡିଶା ସରକାରଙ୍କ ଦୈନିକ ମଜୁରୀ ହିସାବରେ ଦରମା ବୃଦ୍ଧି ପାଇ ଦାବୀ କରିଛନ୍ତି । ଆସନ୍ତା ଦିନରେ ଏହି ଦାବୀ ଗୁଡ଼ିକକୁ ସରକାରଙ୍କ ପାଖରେ ଉପସ୍ଥାପନ ପାଇଁ ନିଷ୍ପତ୍ତି ହୋଇଅଛି। ଜିଲ୍ଲା ଡାକ୍ତରଖାନା କର୍ମଚାରୀ ସଂଘ ନାମ କରଣ କରିଛନ୍ତି । ଏହି ବୈଠକରେ ନନ୍ଦ କିଶୋର ସାହୁ, ପଦ୍ମଲୋଚନ ଶବର, ନନ୍ଦ କୁମାର ଡୁଙ୍ଗରି, ଲଲିତ କୁମାର ମାଝି, କେଶବ ଦଲପତି, ଜତିନ୍ଦ୍ର ନାଏକ, କୁଳଦିପ ରାଉତ, ରତନଲାଲ ମାଝି, ମନରଂଜନ ବାରିକ, ମୋହର ରଣା, ଇନ୍ଦ୍ର ମାଝୀ ପ୍ରମୁଖ ଯୋଗ ଦେଇଥିଲେ ।