କୋମନା ବ୍ଲକରେ ଏସସି ଓ ଏସଟି ମିଳିତ ମଞ୍ଚର ବୈଠକ ଅନୁଷ୍ଠିତ….

ନୂଆପଡ଼ା( ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବଜାର ପଡିଆ କଲ୍ୟାଣ ମଣ୍ଡପ ପରିସରରେ କୋମନା ବ୍ଲକର ଏସସି ଏସଟି ମିଳିତ ମଞ୍ଚ ଆନୁକୂଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଆଜିର ବୈଠକରେ ଗତ ତା- 01/08/2024 ରିଖ ରେ ସୁପ୍ରିମ କୋର୍ଟଙ୍କ ଦ୍ଵାରା ଏସଟି ଏବଂ ଏସସି ସଂରକ୍ଷଣ ଉପରେ ବର୍ଗୀକରଣ ଓ କ୍ରିମିଳିୟର ରାୟ ବିରୁଦ୍ଧରେ ହେବାକୁ ଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣେଇ କୋମନା ବ୍ଲକ ଏସସି ଏସଟି ମିଳିତ ମଞ୍ଚ କୋମନା ବ୍ଲକରେ ବନ୍ଦ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ପ୍ରସ୍ତୁତି ବୈଠକରେ ବିଶିଷ୍ଟ ସମାଜ ସେବି ଶ୍ରୀମାନ ପ୍ରଶନ୍ନ କୁମାର ତାଣ୍ଡି ସଭାପତିତ୍ଵ କରିଥିବା ବେଳେ ସଭା ପରିଚାଳନା ଶ୍ରୀମାନ ଖଗେଶ୍ୱର ଦୀପ କରିଥିଲେ l ବୈଠକରେ କୋମନା ଆମ୍ବେଦକର କ୍ଲବର ସଭାପତି ଶ୍ରୀମାନ ଅଜମ୍ବର ତାଣ୍ଡି, ଉପସଭାପତି ଶ୍ରୀମାନ ରଞ୍ଜନ ସେନାପତି, ଡ଼ମ୍ବ ଗଣ୍ଡା ସମାଜ ବ୍ଲକ ସମ୍ପାଦକ ଶ୍ରୀମାନ ମୁଖ ସୁନା, ସମାଜ ସେବି ଶ୍ରୀମାନ ପାସା ମହାନନ୍ଦ, ଆଦିବାସୀ ସମାଜର ଯୁବ ସମାଜ ସେବି ତଥା ସମିତି ସଭ୍ୟ ଶ୍ରୀମାନ ହରିଶଚନ୍ଦ୍ର ମାଝୀ, ଟିକ୍ରାପଡା ଆମ୍ବେଦକର ସଙ୍ଘର ସଭାପତି ଭୀଷ୍ମ ସୁନାନୀ, କୁରେଶ୍ୱର ସଂଘଠନ ର ସମାଜ ସେବିଶ୍ରୀମାନ ଗୁଡ୍ଡୁ ଜଗତ, ଶ୍ରୀମାନ ମହେନ୍ଦ୍ର ଦୀପ, ଶ୍ରୀମାନ ଲଷ୍ମୀଭୋଇ, ସମାଜ ସେବି ଶ୍ରୀମାନ ରିଙ୍କୁ ସୁନା, ଶ୍ରୀମାନ ରାଜ ଦୁରିଆ, ଶ୍ରୀମାନ ସଞ୍ଜୟ ସୁନାନୀ, ଶ୍ରୀମାନ ପଦ୍ମଲୋଚନ ସୁନାନୀ, ଶ୍ରୀମାନ ଆକାଶ ତାଣ୍ଡି ଓ ସମସ୍ତ ଆମ୍ବେଦକର ପ୍ରେମୀମାନେ ଉପସ୍ଥିତ ଥିଲେ l