ଟିକାବାଲି(ସାନୁଜ ବେହେରା): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଗାର୍ଡିଙ୍ଗିଆ ଗ୍ରାମ ପଂଚାୟତରେ ଥିବା ପୁରାତନ ଆଶ୍ରକନ୍ୟା ଗୁରୁକୁଳ ବିଦ୍ୟାପୀଠ ବାର୍ଷେଡ଼ି ଆଶ୍ରମ ପୁନଃ ଉଦ୍ଜୀବିତ କରିବା ଉର୍ଦ୍ଧେଶ୍ୟରେ ସ୍ଥାନୀୟ ସରପଞ୍ଚ ଜିତେନ୍ଦ୍ର ମଳିକଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି l ସୂଚନା ଅନୁସାରେ ଏହି ବିଦ୍ୟାପୀଠଟି 1975 ମସିହାରୁ ପ୍ରଥମେ କ.ନୂଆଗାଁ ବ୍ଲକ ସ୍ଥିତ ତପବନ ଆଶ୍ରମ ସହିତ ଯୋଗାସୂତ୍ର ରଖି ଗାର୍ଡିଙ୍ଗିଆ ଗ୍ରାମ ପଞ୍ଚାୟତରେ ମଧ୍ୟ୍ୟ ଏପରି ଏକ ଆଶ୍ରମ କରିବା ପାଇଁ ମୁଖ୍ୟ ସୂତ୍ରଧର ସାଜିଥିଲେ ପୂର୍ଵତନ ସରପଞ୍ଚ ତଥା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଜଗନ୍ନାଥ ମଳିକ, ରଘୁନାଥ ମଳିକ, ଗଣେଶ୍ୱର ପ୍ରଧାନ, ଶତ୍ରୁଘନ ମଳିକଙ୍କ ଆପ୍ରାଣ ଉଦ୍ୟମ ଓ ପ୍ରଚେଷ୍ଟାରେ ପ୍ରଥମେ ଆରମ୍ଭ କରାଯାଇଥିଲା l ଏହି ଆଶ୍ରମ ଏକ ଝାଟିମାଟି ଚାଲଛପର ଘର ତିଆରି ହେବା ପରେ ଗୁରୁକୁଳ ଆଶ୍ରମ ବିଦ୍ୟାଳୟ ଏବଂ 1980 ମସିହାରେ ସୁନ୍ଦର ଗଡ଼ ଜିଲ୍ଲାର ରାଉରକେଲା ସ୍ଥିତ ବେଦବ୍ୟାସ ଆଶ୍ରମର ପଣ୍ଡିତ ଧନେଶ୍ୱର ବେହେରାଙ୍କ କରକମଳରେ ପ୍ରଥମ ଉଦଘାଟନ କରାଯାଇଥିଲା ଏବଂ ସେହି ବର୍ଷ ଅଗଷ୍ଟ 3 ତାରିଖ ଦିନ ଠାରୁ ବିଦ୍ୟାଳୟରେ ଛାତ୍ରୀମାନଙ୍କ ନାମ ଲେଖା ସହିତ ପାଠ ପଡା ଆରମ୍ଭ କରାଗଲା l ଠିକ ଦୁଇ ବର୍ଷ ପରେ ଅର୍ଥାତ 1982 ମସିହାରେ ଛାତ୍ରୀ ନିବାସୀ ପାଇଁ ସରକାର ମଞ୍ଜୁରୀ ପ୍ରଦାନ କଲେ l ଏପରି କିଛି ବର୍ଷ ନିୟମିତ ପାଠ ପଡା ଚାଲିଲା ଏବଂ ଜଣେ ସରକାରୀ ପ୍ରଧାନ ଶିକ୍ଷକ ଭାବରେ ଶ୍ରୀ ବାଞ୍ଛାନିଧି ପ୍ରଧାନ ବିଦ୍ୟାଳୟର ଦାୟିତ୍ୱ ଗ୍ରହଣ କଲା ପରେ ହଟାତ କିପରି ଓ କାହିଁକି ଆଶ୍ରମ ବନ୍ଦ ହୋଇଗଲା ତାର କୌଣସି ସଠିକ ତଥ୍ୟ ମିଳିଲା ନାହିଁ l ତେଣୁ ଆଜି ଅଞ୍ଚଳର ସମସ୍ତ ଶିକ୍ଷିତ ଯୁବକ ଶିକ୍ଷା ପ୍ରେମିଙ୍କୁ ନେଇ ପୁଣି ସେହି ଅନୁଷ୍ଠାନକୁ ପୂର୍ଵ ପରି ନିୟମିତ ଚାଲୁ କରିବା ପାଇଁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏହି ଆଲୋଚନା ଚକ୍ରରେ ଭୁବନେଶ୍ୱର ପିପୁଲ ଫରୱାଡ଼ ଫାଉଣ୍ଡେସନର ସମ୍ପାଦକ ସତ୍ୟଜିତ ବରୁଆ, ଉପସଭାପତି ପ୍ରଣୟ କୁମାର ମହାପାତ୍ର, ଅଞ୍ଚଳର ପୂର୍ଵତନ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ରଦନ ମଳିକ, କୋରାପୁଟ ଜିଲ୍ଲାର କୁଦୁଲି ଗୁରୁକୁଳ ଆଶ୍ରମର ମନୁଦେବ ଗୁରୁଜୀ ଡ଼ଃ ଜଳେନ୍ଦ୍ର ତ୍ରିପାଠୀ, ଅମିତ ଆଚାର୍ଯ୍ୟ, ବୈକୁଣ୍ଟ ଆଚାର୍ଯ୍ୟ, ସାମାଜିକ କର୍ମୀ ବନିତା ପରିଡ଼ା, ସମିତି ସଭ୍ୟ ଆଲଫାନ ପ୍ରଧାନ, ୱାର୍ଡ ସଭ୍ୟା ମିନାକ୍ଷୀ ପ୍ରଧାନ, ତର୍ମିକା ପ୍ରଧାନ, ସସ୍ମିତା ଦେହୁରୀ, ଶିବରାମ ପ୍ରଧାନ, ଗୌର ଚନ୍ଦ୍ର ପ୍ରଧାନଙ୍କ ସହ ପୂର୍ଵତନ ଆର୍ଯ୍ୟ ସମାଜ ସଭାପତି ଶ୍ରୀ ରାଧାନାଥ ମଳିକ, ସୁରାଜ ପ୍ରଧାନ ଦେବେନ୍ଦ୍ର ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ l