ଗ୍ରାମ୍ୟ ରାସ୍ତା ଅଧା ପନ୍ତରିଆ, ବିଭାଗୀୟ ଅଧୀକାରୀଙ୍କ ଦୃଷ୍ଟି. ନାହିଁ ….

ନୂଆପଡ଼ା: (ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥ ଉଦ୍ୟାନବନ୍ଧରୁ କୁରେଶ୍ୱର ରାସ୍ତା ତିଆରି କାମ ଅଧା ପନ୍ତରିଆ ଭାବରେ ଶୋଚନୀୟ ହୋଇ ପଡ଼ିଛି l ପ୍ରାପ୍ତ ସୂଚନା ଅନୁସାରେ ଗତ ଡିସେମ୍ବର ୨୦୨୩ ରେ ଗ୍ରାମ୍ୟ ସଡ଼କ ଯୋଜନା ପାଣ୍ଠିରୁ ଉଦ୍ୟାନବନ୍ଧ ଏନ୍‌ ଏଚ୍ ୩୫୩ ଠାରୁ କୁରେଶ୍ୱର ପର୍ଯ୍ୟନ୍ତ ୧କି. ମି. ରାସ୍ତା ନିର୍ମାଣ ପାଇଁ ଅଟକଳ ମୂଲ୍ୟ ୮୨. ୨୬ଲକ୍ଷ ଟଙ୍କା ମଂଜୁର ହୋଇ ଥିଲା l ୨୦ଡିସେମ୍ବର ୨୦୨୩ରେ କାର୍ଯ୍ୟ ଆରମ୍ଭ ହୋଇ ତା ୧୯ ମାର୍ଚ୍ଚ ୨୦୨୪ରେ କାର୍ଯ୍ୟ ଶେଷ ହେବାର ନାମ ଫଳକ ରେ ଉଲ୍ଲେଖ ଅଛି l ହେଲେ ଆଜି ଯାଏଁ କାର୍ଯ୍ୟ ଶେଷ ହୋଇ ନାହିଁ l କାର୍ଯ୍ୟା ଦେଶ ହେବାର ସାତ ମାସ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟ ମନ୍ଥର ଗତିରେ ଚାଲୁ ଥିବାରୁ କାର୍ଯ୍ୟ ଶେଷ ହେବାର ନାଁ ଧରୁ ନାହିଁ l ଉଦ୍ୟାନବନ୍ଧରୁ କୁରେଶ୍ଵର ରାସ୍ତା ହେଉଛି ଏକ ମୁଖ୍ୟ ରାସ୍ତା l ଏହି ରାସ୍ତା ଦେଇ ପାଖା ପାଖି ୧୫/୨୦ଗାଁର ଲୋକେ ଯା ‘ଆସ କରନ୍ତି l ତତ ସହିତ ସ୍କୁଲ, କଲେଜ ଛାତ୍ର, ଛାତ୍ରୀମାନେ ମଧ୍ୟ ଏ ରାସ୍ତା ଉପରେ ନିର୍ଭର କରି ଥାଆନ୍ତି l ଏହି ରାସ୍ତା ଅସରାଏ ବର୍ଷାରେ  କାଦୁଅ ପଚ଼ପଚ଼ ହୋଇଯାଉଥିବା ବେଲେ ଦୁଇ ଚକିଆ ଯାନ, ଚାରିଚକିଆ ଯିବା ଆସିବାରେ ବହୁତ ଅସୁବିଧା ହେଉଛି l ତେଣୁ ଅଞ୍ଚଳ ବାସୀ ରାସ୍ତା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ କିଛି ଲୋକ ରାସ୍ତାକୁ ପିଚୁ କରିବା ପାଇଁ ଜିଦ ଧରି ରାସ୍ତା କାମ ବନ୍ଦ କରିଦେଇଥିଲେ ବୋଲି କହିଥିଲେ l ପାଲଟା ଗାଁ ଲୋକ ରାସ୍ତାର ସୂଚନା ଫଳକ ଲାଗି ନଥିବାରୁ କୁହାଯାଇଥିବା କହିଛନ୍ତି l ଗାଁର ବିଶିଷ୍ଠ ସମାଜସେବୀ ଚିତ୍ତରଞ୍ଜନ ସୁନାନୀ, ଗୌର ଚନ୍ଦ୍ର ବାଗ, ଦିଗାମ୍ବର ମାଝୀ, ଡମ୍ବରୁ ମାଝୀ, ସମାଜସେବୀ ଭଜନଲାଲ ଶଗରିଆ, ସମାଜସେବୀ କ୍ଷୀରୋଦ ମହାନ୍ତି, ୱାର୍ଡ଼ ମେମ୍ବର ଶ୍ୟାମ ମାଝୀ, ଗୋବର୍ଧନ ମାଝୀ, ଗିରି ସଗରିଆ, ସମାଜସେବୀ ଗଜେନ୍ଦ୍ର ନାଏକ, କ୍ଷେତ୍ର ମୋହନ ମାଝୀ ପ୍ରମୂଖ ଏକ ମାସ ମଧ୍ୟରେ ରାସ୍ତା କାମ ସମ୍ପୂର୍ଣ୍ଣ କରିବା ପାଇଁ ଦାବି କରିଛନ୍ତି l ନଚେତ ରାଜରାସ୍ତାକୁ ଓଲ୍ହାଇବା ପାଇଁ ଚେତାବନୀ ଦେଇଛନ୍ତି l