ରୋଡ ମରାମତି କରିବା ଭୁଲି ଗଲା ଠିକାସଂସ୍ଥା, ହନ୍ତସନ୍ତ ସାଧାରଣ ଜନତା….

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହର ବାସୀ ଙ୍କୁ ୨୪ଘଣ୍ଟିଆ ପାଣି ଯୋଗାଣ ୱାଟକୋ ପକ୍ଷରୁ ବିଭିନ୍ନ ୱାର୍ଡର ସାହି ଗଳି ରାସ୍ତାକୁ ପାଇପ ବିଛାଇବା ପାଇଁ ରାସ୍ତା ସବୁ ଖୋଳି ଦେଇଥିବା ବେଳେ କିଛି ସାହି ଗଳିରେ ପାଇପ ବିଛା କାର୍ଯ୍ୟ ସରିବା ପରେ ମଧ୍ଯ ରାସ୍ତା ମରାମତି କାମ କରିବାକୁ ଭୁଲି ଯାଉଛି ଠିକା ସଂସ୍ଥା । ସେପଟେ ସ୍ଥାନୀୟ ଲୋକ ଅଭିଯୋଗ କରିଲେ ମଧ୍ଯ ବିଭାଗୀୟ ଯନ୍ତ୍ରୀ ସବୁ ଶୁଣି ନିରବଦ୍ରଷ୍ଟା ସାଜିଛନ୍ତି । ହିଞ୍ଜିଳିକାଟୁ ସହର ୱାର୍ଡ ନଂ ୧୪ କେଉଟ ସାହି ରାସ୍ତାର ଅବସ୍ଥା ଶୋଚନୀୟ ୧ମାସ ହେବ ରାସ୍ତା ଖୋଳି ଦେଇଛନ୍ତି । ଏହି ରାସ୍ତାରେ ଶିଶୁ ମନ୍ଦିରକୁ ଛାତ୍ରଛାତ୍ରୀ ଯାଉଥିବା ସମୟରେ ୨ଜଣ ଛାତ୍ରୀ ଓ ସାହିର ଜଣେ ବୟସ୍କ ବ୍ୟକ୍ତି ପଡ଼ି ଯାଇ ସାମାନ୍ୟ ଆହତ ମଧ୍ଯ ହେଇଛନ୍ତି । ଗତ ମେ ୨୩ରେ ହିଞ୍ଜିଳିକାଟୁ ଇଷ୍ଟଦେବ ଲକ୍ଷ୍ମୀ ନୃସିଂହ ଯାତ୍ର ପୂର୍ବରୁ ମଧ୍ଯ କେଉଟ ସାହି, ରଙ୍ଗୁଣି ସାହି, ଥାନା ସାହି, ଦେଓଘର ସାହି, ବାସିନ୍ଦାମାନେ ରୋଡ ମରାମତି ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ନିକଟରରେ ଅଭିଯୋଗ କରିଥିଲେ ଯନ୍ତ୍ରୀ କର୍ଣ୍ଣପାତ କରିନଥିଲେ l ଶେଷରେ ରଙ୍ଗୁଣୀ ସାହି ବାସିନ୍ଦା ନିଜସ୍ଵ ଖର୍ଚ୍ଚରେ ସାହି ବାସିନ୍ଦା ରୋଡ ମରାମତି କରିଥିଲେ । ବର୍ତ୍ତମାନ ସହର ସମସ୍ତ ଘରକୁ ପାଇପ୍ ଲାଇନ୍ ଯୋଗାଣ ପାଇଁ ରାସ୍ତାକୁ ମଝିରୁ କଟିଙ୍ଗ କରି ଖୋଲିବା ଦ୍ୱାରା ସଧାରଣ ଲୋକ ବହୁତ୍ ସମସ୍ୟା ଦେଇ ଗତିକରୁଛନ୍ତି । ବିଭାଗୀୟ ଯନ୍ତ୍ରୀଙ୍କୁ ଫୋନ୍ ଯୋଗେ ଅଭିଯୋଗ କରିଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି l ଆଜି କାମ ହେବ କାଲି କାମ ହେଇଯିବ କହିବା ସହିତ ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି । ଯଦି ଏହି ରାସ୍ତାରେ ପଡ଼ି କାହାର କିଛି ଅସୁବିଧା ହୁଏ ବିଭାଗୀୟ ଯନ୍ତ୍ରୀ କି ଠିକାଦାର ଦାୟୀ ରହିବେ କି ବୋଲି ସାଧାରଣ ଜନତାଙ୍କ ମଧ୍ୟରେ ମତ ପ୍ରକାଶ ପାଇବା l