ଅଗ୍ନିଶମ ବିଭାଗ ତରଫରୁ ମକଡ୍ରିଲ ଆୟୋଜିତ….

ଗୁଣପୁର(ସୁନିଲ୍ କୁମାର ସାବତ): ବିପର୍ଯ୍ୟୟ ସମୟରେ ନିଜକୁ କିପରି ରକ୍ଷା କରିବ ଓ ଅନ୍ୟକୁ ସାହାଯ୍ୟ କରିପାରିବ ଏହି ବିଷୟରେ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଗୁଣପୁର ଆଦର୍ଶ ବିଦ୍ୟାଳୟ ପରିସରରେ ଅଗ୍ନିଶମ ବିଭାଗ ତରଫରୁ ଆୟୋଜିତ ହୋଇଯାଇଛି । ଅଗ୍ନିକାଣ୍ଡ ଓ ପ୍ରାକୃତିକ ବିପର୍ଯ୍ୟୟକୁ କିଭଳି ସାହସର ସହ ମୁକାବିଲା କରାଯିବ ସେ ନେଇ କୌଶଳ ପ୍ରଦର୍ଶନ କରାଯିବା ସହ ଏ ଦିଗରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା । ଏହି ସମୟରେ ବିଦ୍ୟାଳୟର ସମସ୍ତ ଛାତ୍ର, ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନେ ବୋହୁ ଆଗ୍ରହରେ ମକଡ୍ରିଲକୁ ଦେଖୁଥିଲି । ପ୍ରଥମେ ଜରୁରୀକାଳୀନ ପରିସ୍ଥିତିରେ କଣ କରିବେ ତାହା ବିଷୟରେ ଶିକ୍ଷା ଦେଇଥିଲେ ଏହା ପରି କିଛି ଛାତ୍ରଙ୍କ ଦ୍ବାରା ଅଭ୍ୟାସ ମଧ୍ୟ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଗ୍ନିକ ଓଆଇସି ପବିତ୍ର ସିଂଙ୍ଗଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ହୋଇଥିଲା ତାଙ୍କ ସହ ଦିନେଶ ସାହୁ, ରବୀନ୍ଦ୍ର ପ୍ରଧାନ, ବନମାଳି ଘଣ୍ଟ ପ୍ରମୁଖ କର୍ମଚାରୀ ସାମିଲ ହୋଇଥିଲେ । ଅଗାମୀ ଦିନରେ ମଧ୍ୟ ଏହିପରି ଅନେକ ମକଡ୍ରିଲ କରିବାର କାର୍ଯ୍ୟକ୍ରମ ଅଛି ବୋଲି ଆଗ୍ନିକ ଓଆଇସି ପବିତ୍ର ସିଙ୍ଗ ଜଣାଇଥିଲେ ।