ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…..

ଜୟପାଟଣା(ଜଗତ ରାମ ଶବର ): ଡେଙ୍ଗୁ ଓ ମ୍ୟାଲେରିଆ ରୋଗର ନିୟନ୍ତ୍ରଣ ଏବଂ ନିରାକରଣ ନିମନ୍ତେ ଗୁରୁବାର ଦିନ ଲଡ଼ୁଗାଁ କଲେଜରେ କଳାହାଣ୍ଡି ସାମ୍ବାଦିକ ସଙ୍ଘ, କୋକସରା ବ୍ଲକ ୟୁନିଟ ପକ୍ଷରୁ ଏକ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା କାର୍ଯ୍ୟକ୍ରମ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ଲଡ଼ୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଯୁବ ରେଡକ୍ରସ ଲଡ଼ୁଗାଁ କଲେଜର ସହଯୋଗରେ ଅନୁଷ୍ଠିତ ହୋଇଥିଲା l କୋକସରା ବ୍ଲକ ସାମ୍ବାଦିକ ସଙ୍ଘ ସଭାପତି ଚକ୍ରଧର ବେଶ୍ରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ କୋକସରା ପଂଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି, ଲଡ଼ୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶିବାଚନ୍ଦ ନାଏକ ମୁଖ୍ୟ ବକ୍ତା, କଳାହାଣ୍ଡି ଜର୍ଣ୍ଣାଲିଷ୍ଟ ଯୁଛି୍ୟାଚାର ସଭାପତି ମହମ୍ମଦ ଅଲ୍ଲୀ, ସାଧାରଣ ସମ୍ପାଦକ ତଥାରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗମୋହନ ପଟ୍ଟନାୟକ, କୋକସରା ସ୍ୱାସ୍ଥ୍ୟ କେନ୍ଦ୍ରର ଭି.ବି.ଡି.ଟି.ଏସ ଦୁଷ୍ମନ୍ତ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ଏହା ସହ ଡେଙ୍ଗୁ ଓ ମ୍ୟାଲେରିଆ ରୋଗକୁ ପ୍ରତିହତ କରିବା ପାଇଁ ସଚେତନତା ଓ ସତର୍କତା ବିଷୟରେ ବୁଝାଇଥିଲେ l