ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): ଲଘୁଚାପ ଜନିତ ବର୍ଷା ଲାଗିଥିବା ବେଳେ ଗତକାଲି ସନ୍ଧ୍ୟା ୬ ଟା ସମୟରେ ତିନି ଘଣ୍ଟା ଧରି ଅନବରତ ବର୍ଷା ଲାଗିରହିଥିଲା । ଏଥିରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗଣ୍ଡାମେର ପଞ୍ଚାୟତର ଶ୍ରୀରାମପଡାର ଦିଲର୍ଶନ ବଗର୍ତିଙ୍କ ଘର ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି । ସୂଚନାରୁ ପ୍ରକାଶ ଏହି ଘରେ ଦୁଇ ପରିବାର ବସବାସ କରୁଥିବା ବେଳେ ମୋଟ ୮ ଜଣ ସଦସ୍ୟ ରହୁଥିବା ପରିବାର ଲୋକେ କହିଛନ୍ତି । ଗତକାଲି ରାତ୍ରିରେ ଶୋଇଥିବା ବେଳେ ଘର ଭାଙ୍ଗି ଯାଇଥିଲା ହେଲେ ଦୁଇ ପରିବାର ବିପଦମୁକ୍ତ ଥିବା କୁହାଯାଇଛି । ଘର ଭାଙ୍ଗିଯିବା ପରେ ଦୁଇ ପରିବାର ହତାଶ ହୋଇଛନ୍ତି । ସେମାନେ ବର୍ତ୍ତମାନ କେଉଁଠି ରହିବେ, କେଉଁଠି ଶୋଇବେ ସେ ନେଇ ଚିନ୍ତାରେ ପରିବାର ଲୋକେ ଅଛନ୍ତି । ଏହି ଦୁଇ ପରିବାର ପ୍ରତି ଗ୍ରାମର ୱାର୍ଡ ସଭ୍ୟ ଶ୍ରୀ ଲୋକନାଥ ଟୋଲଟିଆ, ଫୁଲମତି ମାଝୀ ବ୍ୟତୀତ ଅନେକ ଲୋକ ସରକାରୀ ସ୍ତରରେ ଘର ଯୋଗାଇଦେବାକୁ ଗଣମାଧ୍ୟମ ଜରିଆରେ ଓଡିଶା ସରକାରଙ୍କୁ ନିବେଦନ ମଧ୍ୟ କରିଛନ୍ତି । ଏ ସମ୍ପର୍କରେ ଗୋଲାମୁଣ୍ଡା ବିଡ଼ିଓ ଶ୍ରୀଧର ପଣ୍ଡାଙ୍କୁ ଫୋନ ଯୋଗାଯୋଗ କରାଯାଇଥିଲା । ସେକହିବା ଅନୁଯାଇ ଦୁଇ ପରିବାରଙ୍କୁ ପଞ୍ଚାୟତର ସରକାରୀ କୋଠରୀରେ ଆଶ୍ରୟ ଦେବାକୁ ସରପଞ୍ଚଙ୍କୁ କହିଥିବା ବେଳେ ଆବାସ ଯୋଜନାରେ ତାଙ୍କର ନାମ ତାଲିକା ଆସିଲେ ଘର ଦିଆଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।