ୟୁନିୟନ ବଜେଟ ୨୦୨୪-୨୫ ର ପାଠଚକ୍ର ଅନୁଷ୍ଠିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଜଗନ୍ନାଥ ପ୍ରସାଦ ବ୍ଳକ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟର ଅଧକ୍ଷ ପ୍ରାଧ୍ୟାପକ ବଦ୍ରି ନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ୟୁନିୟନ ବଜେଟ ୨୦୨୪-୨୫ର ପାଠଚକ୍ର ଉଦଘାଟିତ ହୋଇଯାଇଛି । ଯୋଜନା ଅଧିକାରୀ ଅଧ୍ୟାପକ ସୁଧୀର କୁମାର ପଟ୍ଟନାୟକ ସ୍ୱାଗତ ସମ୍ବର୍ଦ୍ଧନା ସହ କାର୍ଯ୍ୟର ଲକ୍ଷ୍ୟ ଓ ଆଭିମୁଖ୍ୟ କହିଥିଲେ । ସମ୍ମାନିତ ଅତିଥି ଅଧ୍ୟାପକ ଦିଲ୍ଲୀପ କୁମାର ତ୍ରିପାଠୀ ବଜେଟ ୨୦୨୪-୨୫ ର ସମ୍ପୂର୍ଣ୍ଣ ବିବରଣୀ ରଖିଥିଲେ । ଶୈକ୍ଷିକ ଅଧିକାରୀ ଅଧ୍ୟାପକ ଅଲେଖ ଚନ୍ଦ୍ର ଘଡ଼ାଇ ସଂକ୍ଷେପରେ ନିଜର ଅଭିଭାଷଣ ରଖିଥିବା ବେଳେ ସାଧନ ବ୍ୟକ୍ତି ଅଧ୍ୟାପକ ପଞ୍ଚାନନ ପରିଡା ପ୍ରାଞ୍ଜଳ ଭାବରେ ଛାତ୍ରଛାତ୍ରୀ ଓ ଉପସ୍ଥିତ ସମସ୍ତ ବୁଦ୍ଧିଜୀବିମାନଙ୍କୁ ଅର୍ଥନୀତି ଓ ସରକାରଙ୍କ ବଜେଟ ୨୦୨୪-୨୫ ର ଆବଶ୍ୟକତା ଓ ପ୍ରଭାବ ଉପରେ ଅତି ସୁନ୍ଦର ଭାବରେ ବୁଝାଇଥିଲେ । ଅଧକ୍ଷ ସମସ୍ତଙ୍କୁ ବଜେଟର ଉପକାରୀତା ଅତ୍ୟନ୍ତ ଜରୁରୀ ଉପରେ ବକ୍ତବ୍ୟ ରଖିଥିଲେ। ଯୋଜନା ଅଧିକାରୀ ଅଧ୍ୟାପକ ପଟ୍ଟନାୟକ ଏନ.ଏସ.ଏସର ଲକ୍ଷ୍ୟ ମହତ୍ତ୍ୱ ଓ ଆବଶ୍ୟକତା ବୁଝାଇଥିବା ବେଳେ ଯୋଜନା ଅଧିକାରିଣୀ ଅଧ୍ୟାପିକା ସୁଶ୍ରୀ ସଂଗୀତା ମହାପାତ୍ର ସ୍ୱେଚ୍ଛାସେବୀଙ୍କୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାପାଇଁ ଉତ୍ସାହିତ କରିଥିଲେ । ଉକ୍ତ ପାଠଚକ୍ରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ ବହୁମାତ୍ରାରେ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିବା ବେଳେ ଅଧ୍ୟାପକ ଡ଼ଃ ଯଶୋବନ୍ତ ପାନ ସାଧନବ୍ୟକ୍ତି ଓ ସନମାନିତ ଅତିଥିଙ୍କୁ କାର୍ଯ୍ୟକ୍ରମର ବିଷୟବସ୍ତୁ ଉପରେ ପ୍ରଶ୍ନ କରିଥିଲେ ।