କେନ୍ଦ୍ର ସଡକ ପରିବହନ ଓ ରାଜପଥ ନିର୍ମାଣ ମନ୍ତ୍ରୀ ନିତିନ ଗଡକରୀଙ୍କୁ ରାଜପଥ ସଂପ୍ରସାରଣ ପାଇଁ ଦାବିପତ୍ର ପ୍ରଦାନ….

ଗୁଣପୁର(ସୁନିଲ୍ କୁମାର ସାବତ): ବିଭିନ୍ନ ରାଜପଥକୁ ସଂପ୍ରସାରଣ କରି ଗୁଣପୁର ରାୟଗଡା ଓ ଭବାନୀପାଟଣା ସହ ଯୋଡିବାକୁ ଦାବି କରିଛି ଗୁଣପୁର ନବ ନିର୍ମାଣ ସମିତି । ସମିତିର କର୍ମକର୍ତ୍ତାମାନେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ନିର୍ମାଣ ମନ୍ତ୍ରୀ ନିତିନ ଗଡକରୀଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଭେଟି ଏହି ଦାବି ଜଣାଇଥିଲେ । ପୁର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିବା ୧୬ ନମ୍ବର ଜାତୀୟ ରାଜପଥକୁ ପଲାସା ଠାରୁ ଭବାନୀପାଟଣା ଯାଏଁ ସଂପ୍ରସାରଣ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ଯକାରୀ କରିବା ସହ ଗୁଣପୁର ସହରରେ ଏକ ବାଇପାସ୍ ନିର୍ମାଣ ପାଇଁ ଦାବି କରିଥିଲେ । ସେଇଭଳି ପୁରୁଣା ପାଟଣା ଜାତୀୟ ରାଜପଥକୁ ରାୟଗଡା ଯାଏଁ ଯାଏଁ ସଂପ୍ରସାରଣ ଏବଂ ବିଜୟନଗରମରୁ ଜାତୀୟ ରାଜପଥ ୧୬କୁ ବାତିଲି ଦେଇ ଗୁଣପୁର ଯାଏଁ ସଂପ୍ରସାରଣ ପାଇଁ ଦାବି କରିଥିଲେ । ସମିତିର ସଭାପତି ଅକ୍ଷୟ ଦାସ ଓ ସମ୍ପାଦକ ରଂଜିତ ପାଢି ମନ୍ତ୍ରୀଙ୍କୁ ଭେଟି ଏସଂକ୍ରାନ୍ତରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।