ଏନ୍.ଏସ୍.ଏସ୍ ଦ୍ୱାରା ବଜେଟ୍ ସଂପର୍କୀୟ ଆଲୋଚନା ଚକ୍ରଅନୁଷ୍ଠିତ..

ଅନୁସନ୍ଧାନ ଭାରତ(ବ୍ୟୁର): କଳିଙ୍ଗ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା (ଏନ୍.ଏସ୍.ଏସ୍) ଆନୁକୂଲ୍ୟରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ସଂପର୍କୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିବା ବେଳେ ମୁଖ୍ୟ ଆଲୋଚକ ଭାବରେ ଅର୍ଥନୀତି ବିଭାଗ ମୁଖ୍ୟ ଅଧ୍ୟାପକ ବିନାୟକ ବିଶ୍ୱାଳ ଏବଂ ଅଧ୍ୟାପକ ରଞ୍ଜିତ କୁମାର ନାୟକ ଯୋଗଦେଇ ଚଳିତ ବଜେଟର ପ୍ରସ୍ତୁତି ଏବଂ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଏହାର ଉପଯୋଗୀତା ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବରେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡଃ ନଳିନୀ କୁମାର ପାଣିଗ୍ରାହୀ ମଞ୍ଚାସୀନ ଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗିରିଶ ଚନ୍ଦ୍ର ମୁଠାମାଝୀ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଏବଂ ଅଧ୍ୟାପିକା ସରିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଶହେରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ, ଅଧ୍ୟାପିକା ଅଂଶଗ୍ରହଣ କରିଥିଲେ ।