ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଆଇସିଡିଏସ ପକ୍ଷରୁ ମଙ୍ଗଳବାର ଗୋଲାମୁଣ୍ଡା ଠାରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏପରିପ୍ରେକ୍ଷୀରେ ପ୍ରସୂତି ମହିଳାମାନେ କିଭଳି ତାଙ୍କର ନବଜାତ ଶିଶୁକୁ ସ୍ତନ୍ୟପାନ କରାଇବେ ସେ ନେଇ ଗୋଲାମୁଣ୍ଡା ଶିଶୁ ପ୍ରକଳ୍ପ ବିକାଶ ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୪ ଗୋଲାମୁଣ୍ଡା ମିଶନଶକ୍ତି ଭବନରେ ପାଳିତ ହୋଇଯାଇଛି । ଅଙ୍ଗନବାଡି କର୍ମିମାନଙ୍କୁ ନେଇ ଗୋଲାମୁଣ୍ଡା ଠାରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି କିଭଳି ଭାବରେ ନବଜାତ ଶିଶୁ ସ୍ତନ୍ୟପାନ କରିବ ସେ ନେଇ ଏକ ସଚେତନ କରାଯାଇଥିଲା । ଏହି ଅବସରରେ ଗୋଲାମୁଣ୍ଡା ମିଶନଶକ୍ତି ଗୃହରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଡିଓ ଶ୍ରୀଧର ପଣ୍ଡା, ସାମାଜିକ କଲ୍ୟାଣ ଅଧିକାରୀ ଦ୍ରୋପଦୀ କହଁର, ପ୍ରୋଗ୍ରାମ ଅଫିସର ଲତା ପ୍ରଧାନ, ନୋଡାଲ ପ୍ରୋଗ୍ରାମ ଅଫିସର ବିଶ୍ୱନାଥ ଦାସ, ବିପିଏମ ଅନାମ ଭୋଇ, ସାମାଜିକ କର୍ମି ଶ୍ୟାମସୁନ୍ଦର ଅଗ୍ରୱାଲ, ଡାକ୍ତର ନିମାଇ ଚନ୍ଦ୍ର ମହାନ୍ତି ପ୍ରମୁଖ ଅତିଥି ଭାବରେ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମରେ ସୁପରଭାଇଜର ଯଶୋବନ୍ତି ନାଏକ, ମଞ୍ଜୁଲତା ପଟନାୟକ, ସମେତ ସମସ୍ତ ଅଙ୍ଗନବାଡି କର୍ମି ଉପସ୍ଥିତ ଥାଇ ସହଯୋଗ କରିଥିଲେ ।