କଳାହାଣ୍ଡି ଜିଲ୍ଲାରେ କୌଶଳ ରଥ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଭବାନୀପାଟଣା (ତୁଳାମଣି ନାଗ): ଗତ କାଲି ସନ୍ଧ୍ୟା ୫.୦୦ ଘ ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାରେ କୌଶଳ ରଥ କାର୍ଯ୍ୟକ୍ରମ ସମ୍ବନ୍ଧରେ ଏକ ବୈଠକ ଜିଲ୍ଲପାଳ ପି ଅନ୍ଵେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି କୌଶଳ ରଥ ଜିଲ୍ଲା ରେ ୦୮.୦୮.୨୦୨୪ ରୁ ୧୧.୦୮.୨୦୨୪ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଶିକ୍ଷା ଓ ବୈଷୟିକ ଶିକ୍ଷା ଅନୁଷ୍ଠାନ ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଅଗଷ୍ଟ ୮ ତାରିଖ ଦିନ ଆମପାଣି ଆଶ୍ରମ ବିଦ୍ୟାଳୟ, ବୁଢାରଜା ଉଚ୍ଚ ବିଦ୍ୟାଳୟ, ଧର୍ମଗଡ଼ ପଂଚାୟତ ମହାବିଦ୍ୟାଳୟ, ଜୁନାଗଡ଼ ସ୍ଥିତ କୁରୁଗୁଡ଼ା ଆଶ୍ରମ ବିଦ୍ୟାଳୟ ଓ ପ୍ରିୟଦର୍ଶିନୀ  ଇନ୍ଦିରା ମହାବିଦ୍ୟାଳୟ, ଅଗଷ୍ଟ ୦୯ ତାରିଖ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଭବାନୀପାଟଣା, CTTC, ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ, ସରକାରୀ ପଲିଟେକ୍ନିକ, ଭବାନୀପାଟଣା, ଶାହୀ ଏକ୍ସପୋର୍ଟସ, ଓଡିଶା ଆଦର୍ଶ ବିଦ୍ୟାଳୟ, ବେଦାନ୍ତ ତାଲିମ କେନ୍ଦ୍ର, ଅଗଷ୍ଟ ୧୦ ତାରିଖ ଦିନ ବିଶ୍ୱନାଥପୁର  ମହାବିଦ୍ୟାଳୟ, ଲାଞ୍ଜିଗଡ଼ ଆଶ୍ରମ ବିଦ୍ୟାଳୟ, ଲାଞ୍ଜିଗଡ ମହାବିଦ୍ୟାଳୟ, ବେଦାନ୍ତ ତାଲିମ କେନ୍ଦ୍ର, ଅଗଷ୍ଟ ୧୧ ତାରିଖ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପାଷ୍ଟିକୁଡି  ଆଶ୍ରମ ବିଦ୍ୟାଳୟ, ଅଧମୁଣ୍ଡା ଆଶ୍ରମ ବିଦ୍ୟାଳୟ ଓ କେସିଙ୍ଗା ମହାବିଦ୍ୟାଳୟ ଗ୍ରସ୍ତ କରି  ବୋର୍ଡା ଠାରେ ନୂଆପଡା ଜିଲ୍ଲାକୁ ହସ୍ତାନ୍ତର କରାଯିବ ପାଇଁ ଧାର୍ଯ୍ୟ କରାଯାଇଛି ବୋଲି ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଅଜିତ କୁମାର  ଉତ୍ତରାୟ  ପ୍ରକାଶ କରିଛନ୍ତି ।