ବିଷାକ୍ତ ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ, ମାଁ ଚେଉଣ୍ଡ ହେଲେ ଚାରି ସନ୍ତାନ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡ଼ା ଥାନା ଅନ୍ତର୍ଗତ ବାରିକୁମ୍ପା ଗ୍ରାମରେ ଜଣେ ମହିଳାଙ୍କୁ ବିଷାକ୍ତ ସାପ କାମୁଡିବା ଦ୍ୱାରା ଚିକିତ୍ସାଧିନ ଅବସ୍ଥରେ ମେଡିକାଲରେ ମୃତ୍ୟୁ ଘଟିଛି I ମିଳିଥିବା ସୂଚନା ଅନୁଯାୟୀ ଆଜି ରାତିରେ ବାରିକୂମ୍ପା ଗ୍ରାମର ସୁନାଫୁଲ ଜାନି (୪୦) ନାମକ ମହିଳା ଶୋଇଥିବା ବେଳେ କୌଣସି ଏକ ବିଷାକ୍ତ ସାପ କାମୁଡି ଦେଇଥିଲା I ସାପ କାମୁଡି ଥିବା ଜାଣି ତାଙ୍କୁ ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା I କିନ୍ତୁ ସେଠାରେ ମହିଳାଙ୍କ ଚିକିତ୍ସିତ ଅବସ୍ଥାରେ ଦିନ ୧୨:୨୫ ମିନିଟରେ ମୃତ୍ୟୁ ହୋଇ ଥିବା ନେଇ ସ୍ୱାମୀ ବାସୁଦେବ ଜାନି ଖଜୁରୀପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି I ଏନେଇ ଖଜୁରୀପଡ଼ା ଥାନା ପୁଲିସ ୧୧/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଥିବା ସୂଚନା ମିଳିଛି I ଅନ୍ୟ ପକ୍ଷରେ ସୁନାଫୁଲ ଜାନିର ଛୋଟ ଛୋଟ ୪ପୁଅ ଝିଅ ମାଆ ଛେଉଣ୍ଡ ହୋଇ ଯାଇଥିବା ଯୋଗୁଁ ସେମାନଙ୍କୁ ଜିଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସହଯୋଗର ହାତ ବଢ଼ାଇ କୌଣସି ଆବାସିକ ବିଦ୍ୟାୟରେ ଥଇଥାନ ବ୍ୟବସ୍ତା କରିବାକୁ ଓ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି I