ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୀଳଜି ସରସ୍ବତୀ ଶିଶୁମନ୍ଦିରର ପରିଚାଳନା କମିଟି ଓଡିଶା ଶିକ୍ଷା ବିକାଶ ସମିତିର କାର୍ଯ୍ୟକର୍ତା ତଥା ନୂଆପଡା ବିଭାଗ ପ୍ରମୁଖ ଶ୍ରୀଯୁକ୍ତ ଯୁବରାଜ କୁଦେଇଙ୍କ ତତ୍ୱବଧାନରେ ଗଠିତ ହୋଇ ଯାଇଛି । ଏହି ନୂତନ ପରିଚାଳନା କମିଟିର ସଭାପତି ଭାବରେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର, ଉପ ସଭାପତି ଶ୍ରୀ ଶୋଭାରାମ ଦଣ୍ଡସେନା, ସମ୍ପାଦକ ଶ୍ରୀ ଲକ୍ଷ୍ମଣ ପ୍ରଧାନ, ସହ ସମ୍ପାଦକ ଶ୍ରୀ କୁମ୍ଭ ବାଗ, କୋଷାଧ୍ୟକ୍ଷ ଶ୍ରୀ ଓଂକାର ପାଣ୍ଡେ ମନୋନୀତ ହୋଇଛନ୍ତି । ମହିଳାସଭ୍ୟା ଭାବରେ ଶ୍ରୀମତୀ କୁମାରୀ ମାଝୀ ଓ ଶ୍ରୀମତୀ ଲୋଭନୀ ତାଣ୍ଡି ଏବଂ ଆଚାର୍ଯ୍ୟ ପ୍ରତିନିଧି ଭାବରେ ଶ୍ରୀ ସରୋଜ ସୁନାନୀ ମନୋନୀତ ହୋଇଛନ୍ତି । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରଶାନନ୍ଦ କୁମ୍ଭାର ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ବୈଠକରେ ପୂର୍ବତନ ସମ୍ପାଦକ ତାରାଚନ୍ଦ୍ର ପ୍ରଧାନ, ପୂର୍ବତନ କୋଷାଧ୍ୟକ୍ଷ ଦୀପକ ସା, ଅଭିଭାବକ ଶ୍ରୀଯୁକ୍ତ ଗିରିଧାରୀ ତାଣ୍ଡି, ସୁରେଶ ଖମାରି, ହୀରାଲାଲ ନିଆଲଲତିକା ନିଆଲ ଏବଂ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଉପସ୍ଥିତ ଥିଲେ । ସଭାଶେଷରେ ଶ୍ରୀ ଲକ୍ଷଣ ପ୍ରଧାନ ଅତିଥିଗଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।