ଗୋଲାମୁଣ୍ଡା (ଅଶ୍ବିନ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ବିଡ଼ିଓ ପଦବୀ ଖାଲି ପଡିଥିଲା l ନୂତନ ବିଡ଼ିଓ ଭାବେ ଶ୍ରୀଧର ପଣ୍ଡା ଯୋଗ ଦେଇଛନ୍ତି । ଶ୍ରୀ ପଣ୍ଡା ପୂର୍ବରୁ ଭବାନୀପାଟଣା ବ୍ଲକରେ ଏବିଡ଼ିଓ ରୂପେ କାର୍ଯ୍ୟ ତୁଲାଇ ଆସୁଥିଲେ । ସେ ପୂର୍ବରୁ ମଧ୍ୟ ଗୋଲାମୁଣ୍ଡା ବ୍ଲକରେ ଏକ ବର୍ଷ ପାଇଁ ବିଡ଼ିଓ ରୂପେ କାର୍ଯ୍ୟ ତୁଲାଇ ଥିଲେ । ତାଙ୍କର କାର୍ଯ୍ୟକାଳ ସମୟରେ ଗୋଲାମୁଣ୍ଡା ଜନସାଧାରଣଙ୍କ ସହ ଭଲ ସମ୍ପର୍କ ଥିଲା । ସେ କାର୍ଯ୍ୟଭାର ସୁଚାରୁରୂପେ ତୁଲାଇ ପାରିବେ ବୋଲି ଲୋକ ଲୋଚନରେ ଚର୍ଚ୍ଚା ହେଉଛି ।