ସ୍ୱର୍ଗତ ଏନଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରକଂ ଶ୍ରଧାଞଳି ସଭାରେ, ଅଶ୍ରୁଳ ଶ୍ରଧାଞଳି ଜଣାଇଲେ ଜନତା ଓ ଜନ ପ୍ରତିନିଧି….
ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ଏନଏସି ଅଧ୍ୟଖ୍ୟା ସ୍ୱର୍ଗତ ଭାନୁପ୍ରଭା ମିଶ୍ରକୁ୍ଂ ଅଶ୍ରୁଳ ଶ୍ରଧାଞଳି ଜଣାଇଛନ୍ତି ଜନତା ଜନ ପ୍ରତିନିଧି । ସ୍ଥାନୀୟ ଟାଉନ ହଲ ଠାରେ ଆୟୋଜିତ ଶ୍ରଧାଞଳି ସଭାରେ ସ୍ୱର୍ଗତ ମିଶ୍ରକଂ ଫଟୋଚିତ୍ରରେ ପିଷ୍ପ ମାଲ୍ୟ ଅର୍ପଣ କରିବା ସହିତ ଅମର ଆତ୍ମା ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରର୍ଥନା କରାଯାଇଥିଲା । ଘୁ.ଉଦୟଗିରି ପୁର୍ବତନ ବିଜେଡି ନଗର ସଭାପତି ଗୋପାଳ ମହାପାତ୍ରକଂ ତତ୍ୱାବୋଧାନରେ ଆୟୋଜିତ ଶ୍ରଧାଞଳି ସଭାରେ କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ, ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ବିଧାୟକ ଚକ୍ର ମଣି କହଁର, ଫୁଲବାଣୀ ବିଧାୟକ ଅଂଗଦ କହଁର, କନ୍ଧମାଳ ଜିଲ୍ଲା ପଯ୍ୟବେଖ୍ୟକ ବିଜୟ ନାୟକ, ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦୀନି ମଳିକ, ଉପାଧ୍ୟକ୍ଷା ସାଧବାଣୀ ନାୟକ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ପୁନମ କହଁର, ଫୁଲବାଣୀ ପୌର ପରିଷଦ ଅଧକ୍ଷା ସ୍ମିତାରାଣୀ ମହାନ୍ତି, ଘୁ.ଉଦୟଗିରି ଏନଏସି ଉପାଧଖ୍ୟ ସନ୍ତୋଷ ବାଘ, ଦଖିଣାନଂଚଳ ମହିଳା ମୋର୍ଚା ସଭାନେତ୍ରୀ ମମତା ବିଶୋଇ, ବ୍ଲକ ଅଧଖ୍ୟା ସୁଷମା ପ୍ରଧାନ, ବାଲିଗୁଡା ବେଜେଡି ସଭାପତି ଟୁନା ଦାଶ, ଟିକାବାଲି ସଭାପତି ରୋଦନ ମଲ୍ଲିକ, ଘୁ.ଉଦୟଗିରି ଏନଏସି କାଉନ ସିଲର ମାନକଂ ସହିତ ସ୍ୱର୍ଗତ ଭାନୁ ପ୍ରଭା ମିଶ୍ରକଂ ପରିବାରରୁ ତାକଂ ସ୍ୱାମୀ ସୁବାସ ସତପଥୀ, ପୁଅ ସୁବ୍ରତ ସତପଥି, ଝିଅ ଦେବ ସ୍ମିତା ସତପଥି ପ୍ରମୁଖ ମଂଚାଶିନ ରହିଥିଲେ । ସ୍ୱର୍ଗତ ଶ୍ରୀ ମିଶ୍ର ଜଣେ ଦଖ୍ୟ, ଲୋକ ପ୍ରିୟ, ମେଳାପି, ଜନ ପ୍ରତିନିଧି ହୋଇଥିବା ବେଳେ ସହର ବିକାଶ ତାକଂର ଭୂମିକା ଅତୁଳନୀୟ ବୋଲି ମତ ପ୍ରକାଶ ପାଇଥିବା ବେଳେ ତାକଂର ବିଯୋଗ ଏକ ଅପୂରଣୀୟ କ୍ଷତି ବୋଲି କହିବା ସହିତ ପରିବାର ବର୍ଗକୁଂ ସମବେଦନା ଜଣୋଇଥିଲେ । ବିଜେଡି ସାଧାରଣ ସଂପାଦକ ସମୀର କୁମାର ପାଢୀ ଶ୍ରଧାଞଳି ସଭାକୁ ପରିଚାଳନା କରିଥିଲେ ।