ପତଞ୍ଜଳି ଯୋଗ ସମିତି ତରଫରୁ ଜଡିବୁଟି ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଯୋଗ ଗୁରୁ ସ୍ୱାମୀ ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣକଂ ଜନ୍ମ ଦିବସକୁ ପତଞ୍ଜଳି ପରିବାର ତରଫରୁ ସାରା ଦେଶରେ ଜଡିବୁଟି ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହି କ୍ରମରେ କନ୍ଧମାଳ ଜିଲ୍ଲା ପତଞ୍ଜଳି ଯୋଗ ସମିତି ତରଫରୁ ଘୁ. ଉଦୟଗିରି ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଠାରେ ଜଡିବୁଟି ଦିବସ ପାଳିତ ହୋଉଛି । ପତଞ୍ଜଳି ଯୋଗ ସମିତି ଜିଲ୍ଲା ଯୋଗ ପ୍ରଭାରୀ ବଟ କ୍ରିଷ୍ଣ ଦାଶକଂ ତତ୍ୱାବଧାନରେ ଆୟୋଜିତ ଏହି ଦିବସରେ ଶ୍ରଧେୟ ଆଚାର୍ଯ୍ୟଶ୍ରୀକଂ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇବା ସହିତ ଦୀର୍ଘ ଜୀବନ କାମନା କରାଯାଇଥିଲା । ଏହା ସହିତ ଆୟୁର୍ବେଦ କ୍ଷେତ୍ରରେ ସମାଜ ପାଇଁ ତାକଂର ଅବଦାନ ସଂପର୍କରେ ଆଲୋକପାତ କରାଯାଇଥିଲା । ଏହି ଜଡିବୁଟି ଦିବସରେ ଡ.ସତ୍ୟ ନାରାୟଣ ପଟ୍ଟନାୟକ ଯୋଗ ଦେଇ ମଣିଷ ଜୀବନରେ ଔଷଧୀୟ ଗଛ ଲତାର ଉପାଦେୟତା ଏବଂ ଗୁରୁତ୍ୱ ସଂପର୍କରେ କହିଥିବା ବେଳେ ଆଜିର ସମାଜ ପାଇଁ ଆଚାର୍ଯ୍ୟ ବାଲକ୍ରିଷ୍ଣ କଂ ଅବଦାନ ଉଲ୍ଲେଖନୀୟ ବୋଲି ବର୍ଣ୍ଣନା କରିଥିଲେ । ଅନ୍ୟମାନକଂ ମଧ୍ୟରେ କାର୍ଯ୍ୟକ୍ରମରେ ଯୋଗ ଗୁରୁ ରାଜେନ୍ଦ୍ର ମହାପାତ୍ର, ଅରୁଣ କୁମାର ଷଡଗୀଂ, ପ୍ରଶନ୍ନ କୁମାର ମିଶ୍ର, ରଞ୍ଜନ କୁମାର ସାସମଲ ପ୍ରମୁଖ ଯୋଗ ଦେଇଥିଲେ ।