ନେଟୱର୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦଶପଲ୍ଲା ବିଧାୟକଙ୍କ ପ୍ରୟାସ…

ନୟାଗଡ଼(ରତ୍ନାକର ହୋତା): ବଣ ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ମାଳ ଅଞ୍ଚଳରେ କୌଣସି ନେଟୱର୍କ ଭଲ ଭାବେ ଆସୁନାହିଁ । ଲୋକେ ଗଛ କିମ୍ବା ପାହାଡ଼ ଉପରକୁ ଗଲେ ନେଟୱର୍କ ପାଉଛନ୍ତି । ଫଳରେ ପିଲାଙ୍କ ପାଠପଢ଼ା ସହିତ ବ୍ୟାଙ୍କ ଓ କାର୍ଯ୍ୟ ବିଳମ୍ବ ହେଉଛି । ତେଣୁ ଏହି ଅଞ୍ଚଳରେ ବିଏସଏନଏଲ ଟାୱାରଗୁଡ଼ିକ ଶୀଘ୍ର କାର୍ଯ୍ୟକାରୀ କରିବାକୁ ବିଧାୟକ ରମେଶ ଚନ୍ଦ୍ର ବେହେରା ବିଧାନସଭା ରେ ପ୍ରଶ୍ନ ଉଠାଇଛନ୍ତି । ଦଶପଲ୍ଲା ବ୍ଲକରେ ନିର୍ମାଣ ହୋଇଥ‌ିବା ବିଏସଏନଏଲ ଟାୱାର ପୋଖରିଗୋଛା, ହନୁମନ୍ତ, ବାମ, ଉଲିସାହି, ଦଶନିପଡା, ଗଣିକୁମ୍ପାରେ କାମ ସରିଛି। ଆସନ୍ତା ଅଗଷ୍ଟ ସୁଦ୍ଧା ୧୨ଟି ଓ ସେପ୍ଟେମ୍ବର ମାସ ସୁଦ୍ଧା ଅନ୍ୟ ୧୨ଟି ସମେତ ସମଗ୍ର ନିର୍ବାଚନ ମଣ୍ଡଳୀରେ ୩୦ଟି ଟାୱାର ନିର୍ମାଣ କରାଯିବ ବୋଲି ଟେଲି ସଞ୍ଚାର ବିଭାଗର ସହକାରୀ ଯନ୍ତ୍ରୀ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ୩୦ ସ୍ଥାନ ଚିହ୍ନଟ କରାଯାଇ ଟାୱର ନିର୍ମାଣ କରାଯାଇଛି। ସମସ୍ତ ଯନ୍ତ୍ରାଂଶ ଲଗାଯାଇଛି । ଟାଟା ଟେଲିକମ ସଂସ୍ଥା ଏହି କାମ କରିଥିଲେ ବି କାର୍ଯ୍ୟ ରେ ବିଳମ୍ବ ଘଟୁଛି । ତେଣୁ ଯଥାଶୀଘ୍ର ଉକ୍ତ ସମସ୍ୟା ସମାଧାନ କରିବାକୁ ବିଧାୟକ ଅନୁରୋଧ କରିଛନ୍ତି ।