ନୟାଗଡ଼(ରତ୍ନାକର ହୋତା): ଆଜି ଦଶପଲ୍ଲା ଏନ୍ଏସି ସଭାଗୃହରେ ବ୍ଲକ୍ ସ୍ତପ୍ ସ୍ବାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ , ବିଧାୟକ ରମେଶ ଚନ୍ଦ୍ର ବେହେରା, ନିର୍ବାହୀ ଅଧିକାରୀ ଚନ୍ଦ୍ରଶେଖର ବାରିକ, ଏନ୍ ଏ ସି ଅଧ୍ୟକ୍ଷା ଇଂ ପୁନମ୍ ପ୍ରୀୟଦର୍ଶିନୀ, ମୁନିସପାଲ୍ ଇଂଜିନିୟର ଅଶୋକ କୁମାର ଦଳବେହେରା କଂ ସମେତ ସମସ୍ତ କାଉନସିଲର୍ ଯୋଗ ଦେଇ ଆସନ୍ତା ଅଗଷ୍ଟ ମାସ ୧୫ ତାରିଖ ପବିତ୍ର ସ୍ବାଧୀନତା ଦିବସକୁ ମହାସମାରୋହରେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ । ଆଜିର ବୈଠକରେ ସମସ୍ତ କାଉନସିଲର୍ ମାନେ ସବୁବର୍ଷ ପରି ଏବର୍ଷ ମଧ୍ୟ ପୂର୍ବକ୍ତୋ ବିଧିବ୍ୟବସ୍ଥା ମୁତାବକ ବ୍ରାହ୍ମ ମୂହୁର୍ତ୍ତରେ ରାମଧୂନ୍, ପ୍ରଭାତଫେରୀ ପରେ ପରେ ମହାପୁରୁଷମାନକଂ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ ସହିତ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ରୋଗୀମାନକୁଂ ଫଳ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରଖାଯାଇଛି । ଦଶପଲ୍ଲା ହାଟ ପଡିଆ ନିକଟସ୍ଥ ନେତାଜୀ ମଇଦାନରେ ସକାଳ ୯ ଟା ୧୫ ମିନିଟ୍ ସମୟରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ଜାତୀୟ ପତାକା ଉତ୍ତୋଳନ କରିବା ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ପ୍ୟାରେଡ୍ ଅନୁଷ୍ଠିତ ହେବ । ବ୍ଲକ୍ ସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗର ପ୍ରଗ୍ୟାଂପନ ମେଢ ମଧ୍ୟ ପ୍ରଦର୍ଶିତ ହେବାର ଯୋଜନା ରହିଛି । ବ୍ଲକ୍ ସ୍ତରରେ କୃତ୍ତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନକୁଂ ମଧ୍ୟ ଏହି ପବିତ୍ର ଦିବସ ଅବସରରେ ସମ୍ମାନିତ କରିବା ପାଇଁ ସ୍ଥିର କରାଯାଇଛି । ସଂଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୃତି ଆୟୋଜନ ପୂର୍ବକ ଏହି ଉତ୍ସବକୁ ପାଳନ କରିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣା ପଡିଛି ।