ବୌଦ୍ଧ(ଅବୁବକ୍କର ସିଦ୍ଦିକ ଖାନ): ବର୍ଷା ହେଲେ ବଢି ଯାଏ ବିଳାସ ପୁର ବାସୀଙ୍କ ଦୁର୍ଦ୍ଦଶା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବିଲାସପୁର ପଞ୍ଚାୟତ ଅନ୍ତର୍ଗତ ଖଇରଅନା, ଟିଲାଟିଙ୍ଗା, କିରିକିଚିପାଲି, କଦମପାଲ, ଯୁନାନି, ଥାଟିପାଲି ଆଦି ୧୭ଗୋଟି ଗ୍ରାମ ଓ ସାହିର ଲୋକେ ଅତି ଦହନୀୟ ଅବସ୍ଥାରେ କାଳାତିପାତ କରି ବର୍ଷା ଦିନେ ଦିନ କାଟୁଛନ୍ତି l
କୌଣସି ଗାଁକୁ ନାହିଁ ସବୁ ଦିନିଆ ରାସ୍ତା l ବର୍ଷା ହେଲେ ଏହି ଅଞ୍ଚଳର ଲୋକଙ୍କ ସମସ୍ୟା ଦ୍ଵିଗୁଣିତ ହୋଇ ଯାଏ l ଏହି 17 ଖଣ୍ଡ ଗାଁ ଗୁଡ଼ିକକୁ ସଂଯୋଗ କରୁଥିବା ରାସ୍ତାଟି ଅତ୍ୟନ୍ତ କାଦୁଅ ସହ ଖାଲଖମାରେ ଭର୍ତ୍ତି l ଗାଡ଼ି ମୋଟର ତ ଦୂରର କଥା ଖାଲି ପାଦରେ ଚାଲି ଯିବା ମଧ୍ୟ କଷ୍ଟକର ହୋଇ ଥାଏ l ଦୀର୍ଘ ବର୍ଷ ହେବ ଗ୍ରାମବାସୀ ମାନେ ସବୁବେଳେ ଏହି ରାସ୍ତା ପାଇଁ ସଂଘର୍ଷ କରୁଛନ୍ତି l ସରକାର ରାସ୍ତାଘାଟର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସତେ ଯେମିତି ପ୍ରଶାସନର ସାବତ ପୁଅ ସାଜିଛନ୍ତି ବିଲାସପୁର ଗ୍ରାମପଞ୍ଚାୟତ ବାସୀ l ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା ସେମାନଙ୍କୁ ଅଣଦେଖା କରୁଥିବା ଗ୍ରାମବାସୀ କହିଛନ୍ତି l ଲୋକଙ୍କ ଧନଜୀବନ ସୁରକ୍ଷା ଓ ଯାତାୟତର ସୁବିଧାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି l