ବାଲିଗୁଡା ସହରରେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ପାଇଁ ଏନ.ଏ.ସି ପ୍ରଶାସନ ପକ୍ଷରୁ କଡା ଅଭିମୁଖ ଗ୍ରହଣ….

ବାଲିଗୁଡା (ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲାର ବାଲିଗୁଡା ବଜାର ଦେଇ ଯାଇଥିବା 59 ନମ୍ବର ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଓ ଟ୍ରାଫିକ ସମସ୍ୟା ଉପୁଜି ଥିବା ଯୋଗୁଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ ନିଆଯାଇଛି । ସହରର ମୁଖ୍ୟ ରାସ୍ତା ଉଭୟ ପାର୍ଶ ଡ୍ରେନ ଉପରେ ଜବର ଦଖଲ କରିଥିବା ସ୍ଥାୟୀ ଦୋକାନୀ ଓ ଉଠା ଦୋକାନୀଙ୍କୁ ଏନ.ଏ.ସି ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଛି । ବାଲିଗୁଡା ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ରାସ୍ତାର ଉଭୟ ପାର୍ଶରେ ଥିବା ଡ୍ରେନ ଉପରେ ଜବର ଦଖଲ ଉଛେଦ କରାଯାଇଛି । ବାଲିଗୁଡା ସହରରେ ବାରମ୍ବାର ଦୁର୍ଘଟଣା ଓ ଜନଗହଳିକୁ ଦୃଷ୍ଟିରେ ରଖି ଏନ.ଏ.ସି ପ୍ରଶାସନ ଡ୍ରେନ ଉପରେ ଜବରଦଖଲ ହଟେଇବାକୁ ସୂଚନା ଦିଆଯାଇଥିଲା । କିନ୍ତୁ ପ୍ରଶାସନର ନିର୍ଧାରିତ ସମୟସିମା ମଧ୍ୟରେ କିଛି ଦୋକାନୀ ଡ୍ରେନ ଉପରୁ ଜବର ଦଖଲ ହଟାଇଥିବା ବେଳେ ବହୁତ ଦୋକାନୀ ଏହାର ଉଲଂଘନ କରିଥିଲେ ।