ଭଞ୍ଜନଗର(ନିଲୁ ବିଷୋୟୀ): ସ୍ଥାନୀୟ ବ୍ଳକ ସମ୍ମିଳନୀ କକ୍ଷରେ ଭଞ୍ଜନଗର ବ୍ଳକ ଶିକ୍ଷା କାର୍ଯ୍ୟାଳୟର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବିଇଓ ଏସ୍ ଧନଞ୍ଜୟ, ଏବିଇଓ ତଥା ବିଆରସିସି ସୂର୍ଯ୍ୟ ନାଇକ, ଏବିଇଓ ଚରଣ ସେଠୀ, ଏବିଇଓ ଗଜେନ୍ଦ୍ର ବେହେରା, ସିଡିପିଓ ମିଲିମା କୁମାରୀ ପଣ୍ଡା, ଗାଲେରୀ ସିଏଚସି ଷ୍ଟାଫ୍, ୧୬ ଟି କ୍ଲଷ୍ଟରର ସିଆରସିସି ଓ ଅଫିସ ଷ୍ଟାଫ୍ ମାନେ ଉପସ୍ଥିତ ରହି ନିଜ ନିଜର କାର୍ଯ୍ୟର ଷ୍ଟାଟସ୍ ରିପୋର୍ଟ ବିଷୟରେ ଆଲୋଚନା କରିଥିଲେ । ପ୍ରତ୍ୟେକ ବିଦ୍ୟାଳୟରେ ନିରାପତ୍ତା ବ୍ୟବସ୍ଥା, ଭଗ୍ନ ଓ ଅସୁରକ୍ଷିତ କୋଠା ନିବାରଣ, ଏଫଏଲଏନ୍ କାର୍ଯ୍ୟ, ନାସ ପରୀକ୍ଷା, ଡ୍ରପଆଉଟ ଶିକ୍ଷାର୍ଥୀ ମାନଙ୍କୁ ନାମଲେଖା, ତୃତୀୟ ଓ ପଞ୍ଚମ ଶ୍ରେଣୀ ଶିକ୍ଷାର୍ଥୀ ମାନଙ୍କ ବୃତ୍ତି ପରୀକ୍ଷା, ଶିକ୍ଷା କର୍ମଚାରୀମାନେ ସମୟାନୁବର୍ତ୍ତୀ ଓ ଉତ୍ସର୍ଗୀକୃତ ହେବା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ଧାର୍ଯ୍ୟ ବିଭିନ୍ନ ପ୍ରକାରର ପ୍ରୋଗ୍ରାମ କାର୍ଯ୍ୟକାରି କରିବା, ପିଲାମାନଙ୍କୁ କ୍ଵାଲିଟ ମଧ୍ୟାହ୍ନ ଭୋଜନ ସହ ପ୍ରତି ୧୦୦ ଦିନରେ ଥରେ ତିଥି ଭୋଜନ, ଶିକ୍ଷାର୍ଥୀ ମାନଙ୍କ ଆଧାର ଷ୍ଟାଟସ୍, ବିଭିନ୍ନ ସ୍ଵାସ୍ଥ୍ୟ ସମ୍ବନ୍ଧିତ କାର୍ଯ୍ୟକ୍ରମ, ବ୍ଳକର ସମସ୍ତ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟମାନଙ୍କରେ ମାଟି ଗଣେଶ ନିର୍ମାଣ ଓ ପୂଜାକୁ ଗୁରୁତ୍ଵ ଇତ୍ୟାଦି ବିଷୟ ସବୁ ଆଲୋଚନା ହୋଇଥିଲା।