ଗଜପତି(ପ୍ରବୀଣ କୁମାର ଲିମା ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଗ୍ରାମରେ ଦୀର୍ଘ ଏକ ସପ୍ତାହ ଧରି ଫେଲ ହୋଇଛି ବିଏସଏନଏଲ ନେଟୱର୍କ ସେବା l ଯାହା ପାଇଁ ଅଞ୍ଚଳର ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉ ଥିବା କହିଛନ୍ତି l ଏହି ଟାୱାର ଉପରେ ଚାରୋଟି ପଞ୍ଚାୟତର ଗ୍ରାମବାସୀ ନିର୍ଭର କରନ୍ତି l ବିଏସଏନଏଲ ଟାୱାର ଅଛି କିନ୍ତୁ ଗୋଟିଏ ସପ୍ତାହରେ ଦୁଇ ଦିନ ନେଟୱର୍କ ରହିଲେ ଚାରିଦିନ ବନ୍ଦ ଫେଲ ହେଉଛି l ସ୍ଥାନୀୟ ଉପଭୋକ୍ତା ଅଭିଯୋଗ ଦେଲେ ମଧ୍ୟ ବିଏସଏନଏଲ କର୍ମଚାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରାଯାଉନ ଥିବାରୁ କର୍ମଚାରୀଙ୍କ ଉପରେ ପ୍ରଭାବ ପଡୁନ ଥିବା କହିଛନ୍ତି ଅଞ୍ଚଳ ବାସୀ l ବିଏସଏନଏଲ ନେଟୱାର୍କ କାମ କରୁଥିବା ଯୋଗୁଁ ଉପଭୋକ୍ତା କେହି ମାସିକ ପାଇଁ ତ କେହି ତିନି ମାସ ପାଇଁ ରିଚାର୍ଜ କରୁଥିବା ପ୍ଲାନର ଫାଇଦା ପାଇ ପାରୁ ନାହାଁନ୍ତି ଉପଭୋକ୍ତା l ବିଏସଏନଏଲର ଅବହେଳା ଯୋଗୁଁ ରିଚାର୍ଜ କରିଥିବା ଟଙ୍କା ବୃଥାରେ ଯାଉଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା l କେବଳ ସେତିକି ନୁହେଁ ଲୋକମାନେ ଡାଟା ପ୍ୟାକ ମଧ୍ୟ ବ୍ୟବହାର କରିପାରୁ ନଥିବା କହିଛନ୍ତି l ଯାହା ପାଇଁ ବହୁ ଜରୁରୀ କାମ ହୋଇ ପାରିନାହିଁ l ଜିଓର ରିଚାର୍ଜ ଦର ବୃଦ୍ଧି ହେବା ଦିନ ଠାରୁ ଲୋକମାନେ ବିଏସଏନଏଲ ପ୍ରତି ମନ ଫେରାଇ ଛନ୍ତି l କିନ୍ତୁ ବିଏସଏନଏଲ ନେଟୱର୍କ ଦିନେ ଆସିଲେ ଦୁଇଦିନ ବନ୍ଦ ରହୁଛି, ଟିକେ ବର୍ଷା ହୋଇ ବିଜୁଳି ଚାଲିଗଲେ ନେଟୱର୍କ ଫେଲ ହେଉଛି l ବିଏସଏନଏଲ ନେଟୱାର୍କ ବାରମ୍ବାର ଫେଲ ହେବା ଯୋଗୁଁ କିଛି ଅସାଧୁ କର୍ମଚାରି ଜିଓ ନେଟୱର୍କ ଠାରୁ ଲାଞ୍ଚ ନେଇ ବିଏସଏନଏଲ ନେଟୱର୍କକୁ ଏପରି ସମସ୍ୟା ସୃଷ୍ଟି କରୁ ଥିବା ଗୁଜବ ଅଞ୍ଚଳରେ ଶୁଣିବାକୁ ମିଳୁଛି l ଏହି ଅଞ୍ଚଳରେ ଉପଭୋକ୍ତାଙ୍କୁ ନେଟୱାର୍କ ଯୋଗାଇ ଦେବା ପାଇଁ ଗ୍ରାମ ପଞ୍ଚାୟତର ସରପଞ୍ଚ ତିସ୍ନୋ ଭୂୟାଁ ଓ ସମିତି ସଭ୍ୟା ବାସନ୍ତୀ ପାଣି, ୱାର୍ଡ ମେମ୍ବର ସୁଧାକର ଲିମା, ମହେନ୍ଦ୍ର ପ୍ରଧାନ, ପ୍ରସାଦ, ଅଜିତ ବେବର୍ତ୍ତା, ମଧୁ ପାତ୍ର, ବାବୁଲିଙ୍କ ସମେତ ଅନ୍ୟ ଗ୍ରାମବାସୀଙ୍କ ଅଭିଯୋଗ ପରେ ମଧ୍ୟ ଆଜକୁ ଏକ ସପ୍ତାହ ଧରି ନେଟୱର୍କ ବନ୍ଦ ହୋଇ ରହିଛି l ଯାହା ପାଇଁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି l ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ, ସମାଜସେବୀ, ସଚେତନତା ନାଗରିକଙ୍କ ମଧ୍ୟରେ ଦାବି ଜୋର ଧରିଛି l