ଦାରିଙ୍ଗବାଡ଼ି( ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବୃକ୍ ସ୍ତରୀୟ ସ୍ବାଧୀନତା ଦିବସ ପାଳନର ପ୍ରସ୍ତୁତି ବୈଠକ ସ୍ଥାନୀୟ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡିଓ ପାତ୍ର ଗଦାଧର ଅଧ୍ଯକ୍ଷତା କରି ଥିବା ବେଳେ ସମିତି ଅଧ୍ଯକ୍ଷ ସୁଶାନ୍ତ ପ୍ରଧାନ, ଅତିରିକ୍ତ ତହସଲଦାର କୃଷ୍ଣଚନ୍ଦ୍ର ନାୟକ, ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଜିପିଓ ସୁରେଶ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ସ୍ବାଧୀନତା ଦିବସ ପାଳନ ନେଇ ବିଭିନ୍ନ କମିଟି ଗଠନ କରିବା ସହିତ ପରିଚାଳନା ଦାୟିତ୍ଵ ସଂପର୍କରେ ଏବଂ କେଉଁ କମିଟି କେଉଁ ଦାୟିତ୍ଵ ନେବେ ସେନେଇ ଆଲୋଚନା କରି ନିଷ୍ପତ୍ତି ନିଆଯାଇଥିଲା । ସ୍ବାଧୀନତା ଦିବସରେ ବ୍ଳକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ପତାକା ଉତ୍ତୋଳନ କରିବା ନେଇ ନିଷ୍ପତ୍ତି ହୋଇଥିଲା। ବିଏସ୍ଏସ୍ ଓ କ୍ଷୀତିଶ ପ୍ରିୟଦର୍ଶୀ ସାହୁ ଓ ଶିକ୍ଷକ ଶ୍ୟାମସୁନ୍ଦର ଦିଗାଲ ପୂର୍ବ ବୈଠକର ବିବରଣୀ ଓ ଖର୍ଚ ନେଇ ସୂଚନା ପ୍ରଦାନ କରିଥିଲେ ।