ଗଜପତି(ପ୍ରବୀଣ କୁମାର ଲିମା): ପୁଣି ଦାଦନ ଦୁଃଖ l କେରଳ ରାଜ୍ୟ ଏର୍ଣ୍ଣାକୁଲମଠାରେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି l ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତରଙ୍ଗଡ଼ା ପଞ୍ଚାୟତ ଅଣ୍ଡରସିଂ ଗ୍ରାମର ପ୍ରଦୀପ ଜେନା (34) ନିଜ ପରିବାରର ଭୋରଣା ପୋଷଣ ପାଇଁ ଏର୍ଣନାକୁଳମର ଏକ ହୋଟେଲରେ ଦୀର୍ଘ ବର୍ଷ ହେଲା କାମ କରି ଆସୁଥିଲେ l ଆକଶ୍ମିକ ଗତ ଶନିବାର ଦିନ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା l ସମ୍ପୃକ୍ତ ହୋଟେଲ କର୍ତ୍ତୃପକ୍ଷ ତାଙ୍କୁ ଏର୍ଣ୍ଣାକୁଲମର ଏକ ହସ୍ପିଟାଲରେ ଭର୍ତ୍ତୀ କରିଥିଲେ l ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଦୀପ ଜେନାଙ୍କ ମୃତ୍ୟୁ ହୋଇଥିଲା l ପୁଅର ଦେହ ଖରାପକଥା ଶୁଣି ବାପା ଏର୍ଣ୍ଣାକୁଲମ ଅଭିମୁଖେ ବାହାରିଲେ l କିନ୍ତୁ ପୁଅର ମୃତ୍ୟୁ ଖବର ଶୁଣି ଅଧା ରାସ୍ତାରେ ଓହ୍ଲାଇ ଗଲେ ବାପା l ସେପଟେ ପ୍ରଦୀପର ମରସରୀରକୁ ବିମାନ ଯୋଗେ ବିଶାଖାପାଟଣା ଅଣାଯିବ ପରେ ସେଠାରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମକୁ ଆଣିଲେ l ମୃତ ଶରୀର ନିଜ ଭିତରେ ଭିଟାମାଟିରେ ପହଁଚିବା ପରେ ଵୋକାକୁଳ ପରିବେଶ ମଧ୍ୟରେ ଶେଷକୃତ ସମ୍ପର୍ଣ ହୋଇଛି l ଖବର ପାଇଁ ସ୍ଥାନୀୟ ସରପଞ୍ଚ ଜହନ ମଣ୍ଡଳ ମୃତକଙ୍କ ଘରେ ପହଞ୍ଚି ହରିଶ୍ଚନ୍ଦ୍ର ଯଜନାରେ ତିନି ହଜାର ଏବଂ ଅନୁକମ୍ପାମୂଳକ ସହାୟତା ରାଶି 20 ହଜାର ପ୍ରଦାନ କରିଲେ l ଏହି ପରି ଗୁମ୍ମା ବ୍ଲକର ଅନେକ ଯୁବକମାନେ ନିଜ ପରିବାରକୁ ଭରଣା ପୋଷଣ ପାଇଁ ବାହାର ରାଜ୍ୟ ଅର୍ଥାତ ତାମିଲନାଡୁ, ହାଇଦ୍ରାବାଦ, ମୁମ୍ବାଇ କେରଳ ଇତ୍ୟାଦି ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିଜ ଜୀବନ ହରାଉଛନ୍ତି l ତେଣୁ ସରକାର ଯୁବଯୁବତୀଙ୍କ ପାଇଁ ବିକାଶ ନିମନ୍ତେ ଦୃଷ୍ଟି ଦେବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି l