ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଅନ୍ତର୍ଗତ ତୁରୁମୁ ଠାରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୂକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଭଞ୍ଜନଗର ଡାକ ଅଧିକ୍ଷକରବିନାରାୟଣ ବେହେରା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ଆଇ. ସି .ଡି.ଏସ ସୁପରଭାଇଜର ସରିତା ପାତ୍ର, ବ୍ରହ୍ମପୁର ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ ଅଧିକାରୀ ସ୍ଵାଭିମାନ ସାହୁ, ଇଣ୍ଡିଆ ପୋଷ୍ଟ ପେମେନ୍ଟ ବ୍ୟାଙ୍କ ମ୍ୟାନେଜର କୃଷ୍ଣ ଚନ୍ଦ୍ର ନାୟକ ଏବଂ ମେଲ ଓଭର୍ସିୟର ସୂର୍ଯ୍ୟ ନାରାୟଣ ସେଠୀ ଅତିଥି ଭାବେ ଯୋଗ ଦେଇଥିଲେ । ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା, ଚିଟପଣ୍ଡ ସଂସ୍ଥାରୁ ସୁରକ୍ଷା ଓ ସୁରକ୍ଷିତ ସଞ୍ଚୟ ସମ୍ପର୍କରେ ଆଲୋଚନା କରଯାଇଥିଲା । ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶୁଶ୍ରୀ ଲୋପାମୁଦ୍ରା ପଣ୍ଡା ଏହାକୁ ପରିଚାଳନା କରିଥିଲେ । ଏଥିରେ ଅଙ୍ଗନୱ୍ବାଡି କର୍ମୀ, ଅଙ୍ଗନୱ୍ବାଡି ସହାୟିକା ଓ ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତାମାନେ ଯୋଗ ଦେଇଥିଲେ ।