ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ଫ୍ୟାଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଇ.କ୍ୟୁ.ଏସି ସଂଯୋଜକ ଡ଼ଃ ପ୍ରମୋଦ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ରେଡକ୍ରସ୍ କାଉନସିଲର ନିରଞ୍ଜନ ଶତପଥୀ ଛାତ୍ରଛାତ୍ରୀ ତଥା ଉପସ୍ଥିତ ଅତିଥିମାନଙ୍କୁ ଅବଗତ କରିଥିଲେ । କାର୍ଡ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଂଯୋଜକ ସତ୍ୟନାରାୟଣ ମିଶ୍ର ଫ୍ୟାଲେରିଆ ରୋଗ କିପରି ବ୍ୟାପେ, ଏହାର ନିରାକରଣ, ନିଜେ ସଚେତନ ସହ ଅନ୍ୟମାନଙ୍କୁ କିପରି ସଚେତନ କରାଇବା ସେ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଅଙ୍ଗନୱାଡି କର୍ମୀ ଶ୍ରୀମତୀ ମାମୀ ପାଣି ଔଷଧ ସେବନର ପ୍ରକ୍ରିୟା, ପାର୍ଶ୍ଵ ପ୍ରତିକ୍ରିୟା ଜନିତ ସମସ୍ୟା ଦେଖାଦେଲେ ତା’ର ପ୍ରତିକାର କିପରି କରାଯିବ ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ରହି ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଶପଥ ନେଇଥିଲେ । କଲେଜ ଅଧ୍ୟାପକ ଶ୍ରୀକାନ୍ତ ପାତ୍ର, ଅଧ୍ୟାପିକା ଶ୍ରୀମତୀ ସୁଚରିତା କର ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ସଚେତନ କାର୍ଯ୍ୟକ୍ରମକୁ ଗ୍ରନ୍ଥାଗାରିକ ରଘୁନାଥ ପାଣି ଓ ଡି.ଇ.ଓ ସରୋଜ କୁମାର ନାୟକ ପରିଚାଳନା କରିଥିଲେ । ଓମ୍ ପ୍ରକାଶ ପ୍ରଧାନ, ନିଲାଞ୍ଚଳ ପ୍ରଧାନ, ଶୋଭନ ସାହୁ, ଜୀବନ ଜ୍ୟୋତି ନାୟକ, ଗୌତମ ନାଇକ, ଜୀବନ ନାୟକ, ଅରୁଣ ନାୟକ, ଶୁଭମ୍ ସାମଲ, ସୋନୁ ବେହେରା, ବର୍ଷା ପ୍ରଧାନ, ରୋଜାଲିନ ପ୍ରଧାନ ଓ ବୈଶାଖୀ ଚୌଧୁରୀ ପ୍ରମୁଖ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ପରିଶେଷରେ ଅଧ୍ୟାପକ ବିଭୂତି ଭୂଷଣ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।