ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ରାଜ୍ୟ ଆୟକର ବିଭାଗ କମିଶନର, ଭୁବନେଶ୍ୱରଙ୍କ ନିର୍ଦେଶ କ୍ରମେ ଆଜି ସକାଳ 11 ଘଣ୍ଟିକାରେ ବ୍ରହ୍ମପୁର ରେଞ୍ଜର ଡେପୁଟି କମିଶନର ତପନ ଭୀମଲ ( Deputy Income Tax GST Enforsement Comisioner ) ଙ୍କ ନେତୃତ୍ୱରେ ଏକ 10 ଜଣିଆ ଟିମ ଅଚାନକ ଥଣ୍ଡା ବ୍ୟବସାୟୀ ସୁଶାନ୍ତ କୁମାର ପାଣିଗ୍ରାହୀଙ୍କ ବନ୍ଧଛକ ସମେତ ଏକ କାଳୀନ 8 ଟି ଥଣ୍ଡା ମୃଦୁ ପାନୀୟ ଗୋଦାମରେ ଆତର୍କିତ ଭାବେ ଚଢ଼ାଉ କରିଛନ୍ତି I ଉକ୍ତ ଗୋଦାମ ଗୁଡ଼ିକରେ ଚଢ଼ାଉ କରି ଗୋଦାମ ମଧ୍ୟରେ ଷ୍ଟକ ଥିବା ବିଭିନ୍ନ ପ୍ରକାର ଥଣ୍ଡା ମୃଦୁ ପାନୀୟର ମାନ ଓ ବୈଧତା ଯାଞ୍ଚ କରିଛନ୍ତି I ସେହିଭଳି ବିଭିନ୍ନ ଗୋଦାମରେ ଷ୍ଟକ ଥିବା ଥଣ୍ଡା ମୃଦୁ ପାନୀୟର ଗଣନା ଟିକିନିଖି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି I ଏହି ଚଢ଼ାଉରେ ଡେପୁଟି କମିଶନରଙ୍କ ସହ 4 ଜଣ ଆୟୋକର ବିଭାଗର କର୍ମଚାରୀ ଓ 5 ଜଣ ପୁଲିସ କର୍ମଚାରୀ ନିୟୋଜିତ ଅଛନ୍ତି l
ରାଜ୍ୟ ଆୟକର ବିଭାଗ କମିଶନର, ଭୁବନେଶ୍ୱରଙ୍କ ପାଖରେ ଥଣ୍ଡା ମୃଦୁ ପାନୀୟର ବୈଦ୍ଧତା ଓ ଟିକସରେ ଅନିୟମିତତା ଅଭିଯୋଗ ହେବା ପରେ ଆଜି ଏହି ଚଢ଼ାଉ କରାଯାଉ ଥିବା ସୂଚନା ଦେଇଛନ୍ତି ବିଭାଗର କର୍ମଚାରୀ l ସମସ୍ତ ଗୋଦାମରେ ଯାଞ୍ଚ କରାଯିବ ବୋଲି ସୂଚନା ଦେଇ ଛନ୍ତି ଦାୟିତ୍ୱରେ ଥିବା ଡେପୁଟି କମିସନର l ଖବର ପ୍ରକାଶିତ ହେବା ପର୍ଯ୍ୟନ୍ତ ଚଢ଼ାଉ ଜାରୀ ରହିଛି l