ଗୁଣପୁର(ସୁନିଲ୍ କୁମାର ସାବତ): ରାୟଗଡ଼ା ଜିଲ୍ଲା ଗୁଣପୁର ସହରର ଯୁବ ସାମ୍ବାଦିକ ସୁନିଲ୍ କୁମାର ସାବତଙ୍କ ବାପା ସୁର୍ଯ୍ୟ ପ୍ରକାଶ ସାବତଙ୍କ ୭୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଉଦ୍ୟାନ କୃଷି କାର୍ଯ୍ୟଳୟର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ରହିଥିଲେ । ସ୍ଥାନୀୟ ବଳରାମ ନଗର ନୀଳକଣ୍ଠେଶ୍ଵର ସାହି ନିଜ ବାସ ଭବନରେ ତାଙ୍କର ଦେହାନ୍ତି ହୋଇଥିଲା। ମୃତ୍ଯୁ ବେଳେ ତାଙ୍କ ତିନି ପୁଅ, ବୋଉ ଉପସ୍ଥିତ ରହିଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୁରୀ ସ୍ବର୍ଗ ଦ୍ବାରରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ସହରର ସାମ୍ବାଦିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସାମ୍ବାଦିକ ସୁନୀଲ କୁମାର ସାବତ “ଅନୁସନ୍ଧାନ ଭାରତ” ଖବରକାଗଜ ଓ ଡିଜିଟାଲ ମିଡିଆରେ ବର୍ତ୍ତମାନ ଖବରଦାତା ଭାବେ କାର୍ଯ୍ୟରତ ଅଛନ୍ତି l ତେଣୁ “ଅନୁସନ୍ଧାନ ଭାରତ” ପରିବାର ପକ୍ଷରୁ ଗଭୀର ଶୋକ ବ୍ୟକ୍ତି କରାଯାଇଛି l