ବ୍ରାହ୍ମଣୀଗାଁରେ ଅତିରିକ୍ତ ତହସିଲଦାରଙ୍କୁ ନିଯୁକ୍ତ କରିବା ପାଇଁ ଜିଲ୍ଲା ପାଳଙ୍କୁ ଦାବିପତ୍ର ପ୍ରଦାନ…

ଦାରିଙ୍ଗବାଡ଼ି/ ବ୍ରାହ୍ମଣୀଗାଁ(ଆଶୋକ ସିଂ): ଦାରିଙ୍ଗବାଡି ବ୍ଲକ  ବ୍ରାହ୍ମଣୀଗାଁରେ ଜଣେ ଅତିରିକ୍ତ ତହସିଲଦାରଙ୍କୁ ନିଯୁକ୍ତ କରିବା ପାଇଁ  ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ୧୧ନମ୍ବର ଜୋନ ଅନ୍ତର୍ଗତ ୮ପଞ୍ଚାୟତର ଜନପ୍ରତିନିଧିମାନେ ମଙ୍ଗଳବାର ଦିନ କନ୍ଧମାଳ ଜିଲ୍ଲା ପାଳ ଆଶିଷ ଈଶ୍ୱର ପାଟିଲଙ୍କୁ  ସାକ୍ଷାତ କରି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି  l
<span;>ସୂଚନା ମୁତାବକ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ  ଅଞ୍ଚଳର ୮ଟି ପଞ୍ଚାୟତର ଜନସାଧାରଣ  ଅତି ଦୁର୍ଗମ ଅଞ୍ଚଳ ତଥା ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାର ସୀମାନ୍ତ ବର୍ଗ ଅଞ୍ଚଳ ଭାବେ ପରିଚିତ ବ୍ରାହ୍ମଣୀଗାଁ ସମେତ ସରାମୂଳି, ଗଦାପୁର, ତାଜୁଙ୍ଗିଆ, ହାତୀମୁଣ୍ଡା, ଝିଞ୍ଜିରିଗୁଡା, କୁମ୍ଭାରୀଗାଁ, କାଟିଙ୍ଗିଆ ପଞ୍ଚାୟତ ଓ ଏହାର ଆଭ୍ୟନ୍ତରୀଣ ଗ୍ରାମ ଗୁଡ଼ିକ ବ୍ଲକ କାର୍ଯ୍ୟାଳୟ  ଠାରୁ ପ୍ରାୟ ୪୦ ରୁ ୭୦ କିମି ଦୂରରେ ରହିଛି l  ମିଞ୍ଜାପଙ୍କା, ସାଲବା, ରାମ୍ବୁଲି, ହରଗୁଡ଼ା ଆଦି ଗ୍ରାମରୁ ଅତ୍ୟାବଶ୍ୟକୀୟ କାର୍ଯ୍ୟ ପାଇଁ ବ୍ଲକ୍ କିମ୍ବା ତହସିଲ କାର୍ଯ୍ୟାଳୟକୁ ଯାଇ ଫେରିବା ପାଇଁ ଯିବାକୁ ହେଲେ ଗୋଟିଏ ଦିନରୁ ୨ ଦିନ ଲାଗିଥାଏ l ଯାହାଦ୍ୱାରା ଲୋକଙ୍କୁ  ଶାରୀରିକ, ମାନସିକ ଓ ଆର୍ଥିକ ପୀଡ଼ା ଭୋଗିବାକୁ ପଡ଼ିଥାଏ l ଯାହା ଜଣେ ଗରୀବ  ଦିନ ମଜୁରିଆଙ୍କ ପାଇଁ କଷ୍ଟ ଦାୟକ ହୋଇଛି l ଲୋକସଂଖ୍ୟା ଦୃଷ୍ଟିରୁ  ଏହି ୮ଟି ପଞ୍ଚାୟତର  ୫୦ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ  ଦିନ ମଜୁରିଆ ଭାବେ କାମ କରନ୍ତି l ବ୍ଲକ କାର୍ଯ୍ୟାଳୟ ଠାରୁ ଅନେକ ଗ୍ରାମ ଅପହଞ୍ଚ ଇଲାକାରେ ରହୁଥିବାରୁ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ପହଞ୍ଚିପାରୁ ନଥିବା ବେଳେ ବିଭିନ୍ନ ମୌଳିକ ସୁବିଧା ରୁ ବଞ୍ଚିତ ହେଉଛନ୍ତି ଜନସାଧାରଣ । ବିଶେଷ କରି ପିଲାଙ୍କ ଭବିଷ୍ୟତ ପାଠ ପଢା ଓ ବିଭିନ୍ନ ସରକାରୀ କାର୍ଯ୍ୟରେ ଆବଶ୍ୟକ ହେଉଥିବା ଜାତିଗତ ପ୍ରମାଣ ପତ୍ର ,ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର , ଆୟପ୍ରମାଣ ପତ୍ର , ଜମି ବନ୍ଦୋବସ୍ତ, ଜମି ଚିହ୍ନଟ ଓ ଡିମାର୍କେସନ ଆଦି କାର୍ଯ୍ୟ ପାଇଁ ବାରମ୍ବାର ଦାରିଙ୍ଗବାଡ଼ି ତହସିଲ ଅଫିସକୁ ଯାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏସମସ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୦୭ ମସିହାରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ପରେ ୨୦୧୦ ମସିହାରେ ତତ କାଳୀନ ଜିଲ୍ଲାପାଳ ମନୀଷ ବର୍ମା ଜଣେ ଅତିରିକ୍ତ ତହସିଲଦାର ପ୍ରତାପ ପ୍ରଧାନଙ୍କୁ  ବ୍ରାହ୍ମଣୀଗାଁରେ ନିଯୁକ୍ତ କରିଥିଲେ l କିନ୍ତୁ କିଛି ମାସ କାର୍ଯ୍ୟ କରିବା ପରେ ତାଙ୍କର ବଦଳି ହେବା ପର ଠାରୁ ଆଜ ପର୍ଯ୍ୟନ୍ତ ସେହି ସ୍ଥାନଟି ଖାଲି ପଡିଛି l ଯାହାଦ୍ୱାରା ଲୋକେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ତେଣୁ  ପୁନର୍ବାର ଜଣେ ଅତିରିକ୍ତ ତହସିଲଦାରଙ୍କୁ ବ୍ରାହ୍ମଣୀଗାଁରେ ନିଯୁକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଜି  ଜିଲ୍ଲାପାଳଙ୍କୁ ୮ଟି ପଞ୍ଚାୟତର ଜନପ୍ରତିନିଧି ମାନେ ଦାବିପତ୍ର ପ୍ରଦାନ କରିଛନ୍ତି l ପ୍ରକାଶ ଥାଉ କି ଦାରିଙ୍ଗବାଡି ତହସିଲ ପାଇଁ ଜଣେ ତହସିଲଦାର ଓ ଦୁଇ ଜଣ ଅତିରିକ୍ତ ତହସିଲଦାରଙ୍କ ନିଯୁକ୍ତି ଥିବା ବେଳେ ସେଥି ମଧ୍ୟରୁ ଜଣେ ଅତିରିକ୍ତ ତହସିଲଦାର ବ୍ରାହ୍ମଣୀଗାଁ ଅଞ୍ଚଳ ପାଇଁ କାର୍ଯ୍ୟ କରୁଥିଲେ , ବର୍ତ୍ତମାନ ସେହି ପ୍ରାସନିକ ସେବା ବନ୍ଦ ରହିଛି । ଏଣୁ ଅଞ୍ଚଳର କିଛି ଜନ ପ୍ରତିନିଧି ଦଳ ସୁଦୂର ଫୁଲବାଣୀ କୁ ଯାଇ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ପାଟିଲ ଦାବିପତ୍ର ଗ୍ରହଣ କରି ଯଥା ଶୀଘ୍ର ସମସ୍ୟାର ସମାଧାନ କରିବେ ବୋଲି  ପ୍ରତିଶ୍ରୁତି ଦେଇଥିବା ଜନପ୍ରତିନିଧି ମାନେ ପ୍ରକାଶ କରିଛନ୍ତି l ଏହି ପ୍ରତିନିଧି ଦଳରେ ବ୍ରାହ୍ମଣୀଗାଁ ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମଲ୍ଲିକ, ଝିଞ୍ଜିରିଗୁଡ଼ା ସରପଞ୍ଚ ଶ୍ରୀମତୀ ଚାନ୍ଦିନୀ ପ୍ରଧାନ, କୁମ୍ଭାରୀ ଗାଁ ସରପଞ୍ଚ ସୁମିତ୍ରା ଦଳବେହେରା, ହାତୀମୁଣ୍ଡା ସରପଞ୍ଚ ନବନିତା କପାଟ ପାତ୍ର , ଜାତୀୟ ମାନବାଧିକାର ଜିଲ୍ଲା ସଂଯୋଜକ ବିକ୍ରମାଦିତ୍ୟ ବସ୍ତିରାୟ ,ବ୍ରାହ୍ମଣୀଗାଁ ମଣ୍ଡଳ ବିଜେପି  ସଭାପତି ଦିବ୍ୟ ସିଂହ ପାତ୍ର ,  ବ୍ରାହ୍ମଣୀଗାଁ ମଣ୍ଡଳ ବିଜେପି ସାଧାରଣ ସମ୍ପାଦକ ଗଣେଶ ଡାକୁଆ, ବନବାସୀ ସୁରକ୍ଷା ପରିଷଦ ସଂଗଠକ ବଳଭଦ୍ର ମଲ୍ଲିକ,  ବିଜେପି  ଓବିସି ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଶ୍ୟାମ ମହାଙ୍କୁଡ, ଅଶୋକ ସିଂ ଓ ମାଧବ ପାଇକ ପ୍ରମୁଖ ସାମିଲ ହୋଇଥିଲେ l