ବରିପଡା ଶଙ୍ଖ ନିକଟରେ ବୃହତ୍ ବଡ଼ ଗାତ, ମରାମତି ଦାବୀ କଲେ ଅଞ୍ଚଳ ବାସୀ…

ବାରଖମା(ସନ୍ଦୀପ କୁମାର ନାୟକ): ବାଲିଗୁଡା ବ୍ଲକ ଅନ୍ତର୍ଗତ ସେନ୍ଦ୍ରିଗାଁ ପଞ୍ଚାୟତରୁ କୁଟିକିଆ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ନିକଟରେ ବୃହତ୍ ଗାତ ସୃଷ୍ଟି ହୋଇଛି । ସୂଚନା ପ୍ରକାରେ ସେନ୍ଦ୍ରିଗାଁ ପଞ୍ଚାୟତରୁ କୁଟିକିଆ ପଞ୍ଚାୟତକୁ ଏକ ପ୍ରଧାନମନ୍ତ୍ରୀ ସଡକ ରାସ୍ତାଟିଏ ଯାଇଛି। ଏହି ରାସ୍ତାରେ ଥିବା ସେନ୍ଦ୍ରଗାଁ ନିକଟ ବରିପଡା ଶଙ୍ଖ ନିକଟରେ ଏକ ବୃହତ୍ ବଡ଼ ଗାତ ସୃଷ୍ଠି ହୋଇଛି । ଉକ୍ତ ରାସ୍ତା ଦେଇ ପ୍ରତ୍ୟେକ ଦିନ କୁଟିକିଆ ପଞ୍ଚାୟତ ଓ ସେନ୍ଦ୍ରିଗାଁ ପଞ୍ଚାୟତର ଅନେକ ଗ୍ରାମର ଲୋକେ ଯାତାୟାତ କରିଥାନ୍ତି । ପ୍ରାୟ ଲୋକ ବିଭିନ୍ନ କାର୍ଯ୍ୟ ନେଇ ବାଲିଗୁଡାକୁ ଆସିଥାନ୍ତି ଓ ଛାତ୍ରଛାତ୍ରୀମାନେ ମଧ୍ୟ ଦୈନନ୍ଦିନ ସ୍କୁଲ, କଲେଜକୁ ଏହି ରାସ୍ତା ଦେଇ ବାଲିଗୁଡା ଆସିଥାନ୍ତି। ହଜାର ହଜାର ଲୋକ ଦିନ ରାତି ଏହି ରାସ୍ତା ଦେଇ ଗମନା ଗମନ କରନ୍ତି । ଏହି ଗାତଟି ଗଭୀର ଥିବା ଯୋଗୁଁ ଯଦି କେହି ଏହି ଗାତ ଭିତରେ ପଡ଼ି ଯାଆନ୍ତି ତେବେ ନିଶ୍ଚୟ ଦୁର୍ଘଟଣା ଘଟିବ ବୋଲି ଆଶଙ୍କା କରିଛନ୍ତି ଅଂଚଳବାସୀ । ବିଶେଷ କରି ରାତିରେ ଯେଉଁ ମାନେ ଯିବା ଆସିବା କରନ୍ତି ଯଦି ଏହି ଗଭୀର ଗାତ ଭିତରେ ପଡ଼ି ଯାଆନ୍ତି ତେବେ ମରଣ ସୁନିଶ୍ଚିତ ବୋଲି ସ୍ଥାନୀୟ ବାସିନ୍ଧା କହିଛନ୍ତି l ସୃଷ୍ଟି ହୋଇଥିବା ବୃହତ୍ ଗାତକୁ ସ୍ଥାନୀୟ ପ୍ରଶାସନ ଗୁରୁତର ଦେଇ ରାସ୍ତା ମରାମତି କଲେ ଲୋକେ ଉପକୃତ ହେବା ସହ ଦୁର୍ଘଟଣାକୁ ରୋକା ଯାଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।