ଅସାବଧାନତା ହେଲା କାଳ, 300 ଫୁଟ ଗାତକୁ ଖସି ଯୁବକ ମୃତ….

ରାଇକିଆ(ଦାନିଏଲ ଦିଗାଳ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକଅନ୍ତର୍ଗତ ଗୁମାମାହା ପଞ୍ଚାୟତ ନିକଟସ୍ଥ ମଣ୍ଡାସର ପର୍ଯ୍ୟଟନ ସ୍ଥଳୀରେ ଏକ ଅଭାବନୀୟ ଘଟଣା ଘଟିଛି l ପାଞ୍ଚ ଜଣ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିବା ସମୟରେ ଉଚ୍ଚ ପଥର ଶୃଙ୍ଗକୁ ଚଢିବାକୁ ଚେଷ୍ଟା କରିଥିବା ବେଳେ ଗାତକୁ ଖସି ବନ୍ଦନା ପ୍ରଧାନ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଯୁବକ ଜଣକ ପଥର ଉପରକୁ ଚେଷ୍ଟା କରିଥିଲେ l ଏହି ସମୟରେ ଅସାବଧାନତା ହେତୁ ବନ୍ଦନଙ୍କର ଗୋଡ ଖସି ଯାଇଥିଲା ଏବଂ ତିନି ଶହ ଫୁଟ ଗାତ ଭିତରକୁ ପଡିଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଇକିଆ ଡାକ୍ତର ଖାନାକୁ ଅଣି ଥିଲା ଏବଂ ଡାକ୍ତର ବନ୍ଦନଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ଜଣକ ରାଇକିଆ ଥାନା ଅନ୍ତର୍ଗତ ବଡାପାଟା ଗ୍ରାମର  ବନ୍ଦନ ପ୍ରଧାନ(27) ବୋଲି ପୁଲିସ ସୂଚନା ଦେଇଛି l ଯୁବକଙ୍କ ମୃତ୍ୟୁକୁ ନେଇ ପରିବାର ଏବଂ ରାଇକିଆ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଘଟଣା ସ୍ଥଳରେ ରାଇକିଆ ପୁଲିସ ପହଂଚି ତଦନ୍ତ ଜାରି ରଖିଥିବା ସହ ମୃତ ଶରୀରକୁ ଶବ ବ୍ୟବଛେଦ ଗୃହକୁ ପଠାଇଥିବା ଦେଖିବାକୁ ମିଳିଅଛି ।