ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ କୃଷି ଅଧିକାରୀ ଶୀତାଂଶୁ ମାଲିକଙ୍କ ଅଧ୍ୟକ୍ଷତାରେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ପାଠାଶାଳା କୃଷି ଅଧିକାରୀ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସହକାରୀ ବ୍ଳକ କୃଷି ଅଧିକାରୀ ଅଶ୍ଳେଷା ରଥ ସହିତ କୃଷି କର୍ମଚାରୀ, ଫସଲ ବୀମା ଯୋଜନା ଜିଲ୍ଲା ଓ ବ୍ଲକ ସଂଯୋଜକ ଓ ସମସ୍ତ ରାଜସ୍ୱ ନିରୀକ୍ଷକ ଯୋଗଦେଇ ଥିଲେ । ଧାନ, ଅଦା, ହଳଦୀ ଓ ମକା ଚାଷ ପାଇଁ ଫସଲ ବୀମା କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟକରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପି.ଏମ୍.ଏଫ୍.ବି.ଓ୍ୱାଇ.)ର ବୈଶିଷ୍ଟ୍ୟ ,ବୀମା ଏକକ (Insurance Unit) କ’ଣ?, ପ୍ରଧାନମନ୍ତ୍ରୀ ଫସଲ ବୀମାରେ ପଞ୍ଜୀକରଣ ନିମନ୍ତେ କାହାକୁ ଯୋଗାଯୋଗ କରିବାକୁ ହେବ ବା କେଉଁ ସ୍ଥାନକୁ ଯିବା ପାଇଁ ପଢିବ । ଫସଳ ବୀମା ଯୋଜନାରେ ପଞ୍ଜୀକରଣ କରିବା ପାଇଁ କେଉଁ କେଉଁ ଦସ୍ତାବିଜ୍ ଦରକାର, ଫସଳ ବୀମା ପରିଯୋଜନା ଅନୁସାରେ ଜଣେ କୃଷକଙ୍କୁ ସର୍ବାଧୂକ କେତେ ପ୍ରିମିୟମ୍ ଦେବାକୁ ହେବ, ଭାଗ ଚାଷୀମାନେ ଫସଳ ବୀମା କରିପାରିବେ କି ନାହିଁ ଓ ଫସଲ ବୁଣା ଓ ରୁଆ ପରେ ଏବଂ ଅମଳ ପୂର୍ବରୁ ଫସଲ କ୍ଷତି ହେଲେ କ୍ଷତିପୂରଣର ବ୍ୟବସ୍ଥା କଣ ରହିଛି ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।